ଓଡ଼ିଆ ନ୍ୟୁଜ୍: କ୍ୟାବିନେଟ୍ରେ ୧୦ଟି ପ୍ରସ୍ତାବକୁ ମଞ୍ଜୁରୀ। ୭ଟି ବିଭାଗର ୧୦ଟି ପ୍ରସ୍ତାବକୁ ମଞ୍ଜୁରୀ। କ୍ୟାବିନେଟ୍ ବୈଠକ ପରେ ସୂଚନା ଦେଲେ ମୁଖ୍ୟ ସଚିବ। ଆଇନ ବିଭାଗର ୩୫୮ଟି ଆମେଣ୍ଡମେଣ୍ଟ ଆକ୍ଟ ଉଚ୍ଛେଦ। ଲ’ କମିଶନଙ୍କ ରିପୋର୍ଟ ଆଧାରରେ ଉଚ୍ଛେଦ। ଜିଲ୍ଲା ଏବଂ ସିଭିଲ୍ କୋର୍ଟ ଅଣ-ନ୍ୟାୟିକ କର୍ମଚାରୀ ସେବା ନିୟମ ସଂଶୋଧନ। HC ଓ ଜିଲ୍ଲା କୋର୍ଟ ମ୍ୟାନେଜରଙ୍କ ସେବାକୁ ନିୟମିତକରଣ ପାଇଁ ନୂଆ ବ୍ୟବସ୍ଥା।
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ୧ଟି, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର ୧ଟି, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗର ୧ଟି, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ୧ଟି, ଆଇନ ବିଭାଗର ୩ଟି, ଶକ୍ତି ବିଭାଗର ୨ଟି, ଏହିପରି ମୋଟ ୬ଟି ବିଭାଗର ୧୦ ଟି ପ୍ରସ୍ତାବ କ୍ୟାବିନେଟ ବୈଠକରେ ଆଲୋଚନା ପୂର୍ବକ ଅନୁମୋଦନ କରାଯାଇଛି l ଗୋଟିଏ ପ୍ରସ୍ତାବ ବିଧାନସଭାର ସ୍ଵତନ୍ତ୍ର ଅଧିବେଶନ ସମ୍ପର୍କିତ ଥିଲା l