ଓଡ଼ିଆ ନ୍ୟୁଜ୍: ବେଙ୍ଗାଳୁରୁ ବିମାନବନ୍ଦରରେ ଅଳ୍ପକେ ବର୍ତ୍ତିଲା ଏୟାର ଇଣ୍ଡିଆ ବିମାନ। ଦିଲ୍ଲୀରୁ ଉଡ଼ାଣ ଭରି ବେଙ୍ଗାଳୁରୁରେ ଅବତରଣ ବେଳେ ଅଘଟଣ। ଅବତରଣ ବେଳେ ବିମାନର ପଛ ଭାଗ ରନ୍ୱେରେ ପିଟି ହୋଇଗଲା। ସମସ୍ତ ଯାତ୍ରୀ ଓ ବିମାନ କ୍ରିଉ ମେମ୍ବର ସୁରକ୍ଷିତ ସୂଚନା। ଘଟଣାକୁ ସ୍ବୀକାର ସହ DGCAକୁ ଅବଗତ କଲା ଏୟାର ଇଣ୍ଡିଆ। ସମ୍ପୂର୍ଣ୍ଣ ଯାଞ୍ଚ ପାଇଁ ସମ୍ପୃକ୍ତ ବିମାନକୁ ସେବା ନିବୃତ୍ତ ଘୋଷଣା କଲା AI।ବିମାନବନ୍ଦରରେ ଟେଲ ଷ୍ଟ୍ରାଇକ୍ ପରେ ଯାଞ୍ଚ ପାଇଁ ଏୟାର ଇଣ୍ଡିଆ ବିମାନ ଏଆଇ ୨୬୫୧କୁ ଗ୍ରାଉଣ୍ଡେଡ କରିଦିଆଯାଇଛି । ତେଣୁ ବିମାନର ଦିଲ୍ଲୀ ଫେରସ୍ତ ଉଡାଣ ବାତିଲ ହୋଇଛି ।
ଏୟାର ଇଣ୍ଡିଆ ଫ୍ଲାଇଟ୍ ଏଆଇ୨୬୫୧ ଏକ ଏ-୩୨୦ ସିରିଜର ନାରୋବଡି ଏୟାର ବସ୍ ବିମାନ ଟେଲଷ୍ଟ୍ରାଇକ୍ ଶିକାର ହୋଇଥିଲା । ବିମାନଟି ଟେକଅଫ ଅଥବା ଲ୍ୟାଣ୍ଡିଂ କାଳରେ ରନୱେ ସହ ଘଷି ହେବାକୁ ଟେଲ୍ ଷ୍ଟ୍ରାଇକ କୁହାଯାଏ । ତେବେ ବିମାନଟି ଟେଲ୍ ଷ୍ଟ୍ରାଇକ ହେବା ପରେ ଗ୍ରାଉଣ୍ଡେଡ୍ କରାଯାଇଛି । ଆଉ ଦିଲ୍ଲୀକୁ ଯିବାକୁ ଥିବା ଯାତ୍ରୀଙ୍କ ପାଇଁ ଅନ୍ୟ ବିକଳ୍ପ ଯୋଗାଇ ଦେବ ବୋଲି ଟାଟା ଗ୍ରୁପ ଚାଳିତ ଏୟାରଲାଇନ୍ସ ତରଫରୁ ଆଶ୍ବାସନା ଦିଆଯାଇଛି ।
ଏୟାରଇଣ୍ଡିଆ ମୁଖପାତ୍ର କହିଛନ୍ତି ଯେ, ଉପୁଜିଥିବା ଅସୁବିଧା ପାଇଁ ଆମେ ଦୁଃଖିତ । ଆମ ଯାତ୍ରୀ ଓ ଚାଳକଦଳ ସଦସ୍ୟଙ୍କ ସୁରକ୍ଷା ଆମର ପ୍ରମୁଖ ପ୍ରାଥମିକତା । ବିମାନରେ ୧୮୧ ଜଣ ଯାତ୍ରୀ ରହିଥିଲେ । ସମସ୍ତଙ୍କୁ ସୁରକ୍ଷିତ ଓହ୍ଲାଇ ଦିଆଯାଇ ସେମାନଙ୍କ ପାଇଁ ଅନ୍ୟ ବିକଳ୍ପ ବ୍ୟବସ୍ଥା କରାଯାଇଛି ।