ଓଡ଼ିଆ ନ୍ୟୁଜ୍: ପେଟ୍ରୋଲ୍ ଓ ଡିଜେଲ୍ ଖର୍ଚ୍ଚ କାଟ ପାଇଁ ସରକାରୀ ନିର୍ଦ୍ଦେଶନାମା ଜାରି। ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସରକାରୀ ବିଭାଗଗୁଡ଼ିକରେ ବ୍ୟବହାର କମାଇବା ପାଇଁ ନିର୍ଦ୍ଦେଶନାମା। ପ୍ରଶାସନକୁ ୮ ସୂତ୍ରୀ ନିର୍ଦ୍ଦେଶାବଳୀ ଜାରି କଲେ ମୁଖ୍ୟମନ୍ତ୍ରୀ।
୧- ବୈଠକ, ସମୀକ୍ଷା, ପ୍ରଶିକ୍ଷଣ, କର୍ମଶାଳା ଭର୍ଚୁଆଲ ମୋଡ୍ରେ କରାଯିବ
୨- ନୂଆ ୨ ଓ ୪ ଚକିଆ ଯାନ ବୈଦ୍ୟୁତିକ (EV) କିଣାଯିବା ବାଧ୍ୟତାମୂଳକ
୩- ସରକାରୀ ଯାନ ପାଇଥିବା ବରିଷ୍ଠ ଅଧିକାରୀମାନେ କାର୍ପୁଲିଂ କରିବେ
୪- ସରକାରୀ ଗାଡ଼ି ବ୍ୟବହାର ପାଇଁ ଅର୍ଥ ବିଭାଗ ମାର୍ଗଦର୍ଶିକା ଜାରି କରିବ
୫- ଅଧିକାରୀ ଓ କର୍ମଚାରୀ ଦୂରସ୍ଥାନକୁ ବସ୍ କିମ୍ୱା ରେଳଯାତ୍ରା କରିବେ
୬- ଅଧିକାରୀଙ୍କ ନିଜସ୍ୱ ବୈଦ୍ୟୁତିକ ଗାଡ଼ି ସରକାରୀ କାମରେ ଲାଗି ପାରିବ
୭- ସରକାରୀ କର୍ମଚାରୀଙ୍କ ଯିବା ଆସିବା ପାଇଁ ବୈଦ୍ୟୁତିକ ବସ୍ ସେବା ବ୍ୟବସ୍ଥା
୮- ପେଟ୍ରୋଲ ଓ ଡିଜେଲ ବ୍ୟବହାର ଅତିକମ୍ରେ ୧୦% କମାଇବାକୁ ନିର୍ଦ୍ଦେଶ
ଏହି ନିର୍ଦ୍ଦେଶାବଳୀ, ରାଜ୍ୟ ସଚିବାଳୟ ଠାରୁ ଆରମ୍ଭ କରି ସମସ୍ତ ସରକାରୀ ବିଭାଗର ଉପଖଣ୍ଡ, ତହସିଲ, ବ୍ଲକ୍ସ୍ତର ସହିତ ରାଜ୍ୟର ସମସ୍ତ ସରକାରୀ ଓ ସରକାରୀ ଉଦ୍ୟୋଗ, ସଂସ୍ଥା, ବିଶ୍ୱବିଦ୍ୟାଳୟ, ସମିତି ମାନଙ୍କରେ କଡ଼ାକଡ଼ି ଅନୁପାଳନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।