ରାଜ୍ୟରେ କଲବଲ କରୁଛି ଖରା

0

ଓଡ଼ିଆ ନ୍ୟୁଜ୍:ରାଜ୍ୟରେ ଭୀଷଣ ଗ୍ରୀଷ୍ମ ଲହରି ଜାରି ରହିଛି। ଘରେ ପ୍ୟାନ୍ ପବନ କାମ ଦେଉନି। ଦେହରୁ ଅନବରତ ଝାଳ ବୋହୁଛି। ଖରା ସମୟରେ କାମ ନ ଥିଲେ ବାହାରକୁ ନ ବାହାରିବା ଲାଗି ସରକାର, ସ୍ବାସ୍ଥ୍ୟ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି। ହେଲେ କେବଳ ସିଧାସଳଖ ସୂର୍ଯ୍ୟଙ୍କ ସାମ୍ନାକୁ ଆସିଲେ ଅଂଶୁଘାତ ହେବ ତା ନୁହେଁ, ଘର ଭିତରେ ମଧ୍ୟ ଜଣେ ବ୍ୟକ୍ତି ଅଂଶୁଘାତର ଶିକାର ହୋଇପାରନ୍ତି। ତେଣୁ ଘରେ ରହିଥିଲେ ବି ଶରୀରକୁ ଥଣ୍ଡା ରଖିବା ଲାଗି ପ୍ରଚୁର ପାଣି, ଏସି କିମ୍ବା କୁଲର ବ୍ୟବହାର କରିବା ଲାଗି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି।

ବିଶେଷଜ୍ଞ, ଅଂଶୁଘାତ ହେଉଛି ତାପମାତ୍ରା ସଂପର୍କିତ ରୋଗ। ଜଣେ ବ୍ୟକ୍ତି ସିଧାସଳଖ ସୂର୍ଯ୍ୟ କିରଣର ସଂସ୍ପର୍ଶରେ ଆସିଲେ କ୍ୟୁଟାନିୟସ ସର୍କୁଲେସନ୍ ବଢ଼ିଯାଏ। ଅର୍ଥାତ୍ ଚର୍ମରେ ଗୋଟିଏ ମିନିଟରେ ୮ଲିଟର ରକ୍ତ ପ୍ରବାହିତ ହୋଇଥାଏ। ଚର୍ମରେ ପେରିଫରିଆଲ ଭାସୋଡିଲେସନ୍ ହୋଇଯାଏ। ଫଳରେ ଶରୀରରେ ରକ୍ତ ନ ରହିବା କାରଣରୁ ରକ୍ତ ଚାପ କମିଯିବା ସହ ହୃଦସ୍ପନ୍ଦନ ବଢ଼ିଯାଏ ପରବର୍ତ୍ତୀ ସମୟରେ ଅନ୍ୟ ଅଙ୍ଗ ପ୍ରଭାବିତ ହୋଇଥାଏ

Leave A Reply

Your email address will not be published.