ଭାରତ ଗସ୍ତରେ ମାର୍କୋ ରୁବିଓ

0

ଓଡ଼ିଆ ନ୍ୟୁଜ୍: ୪ ଦିନିଆ ଭାରତ ଗସ୍ତରେ ଆସିଛନ୍ତି ମାର୍କୋ ରୁବିଓ। କୋଲକାତାରେ ପହଞ୍ଚିଲେ ଆମେରିକୀୟ ବିଦେଶ ସଚିବ ମାର୍କୋ ରୁବିଓ। ବିଦେଶ ସଚିବ ହେବା ପରେ ରୁବିଓଙ୍କ ପ୍ରଥମ ଭାରତ ଗସ୍ତ। ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବେ ମାର୍କୋ ରୁବିଓ। QUAD ବୈଠକରେ ମଧ୍ୟ ଯୋଗ ଦେବେ ରୁବିଓ।

ଆଜି ସେ ନୂଆଦିଲ୍ଲୀ ଗସ୍ତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାକ୍ଷାତ ଆଲୋଚନା କରିବେ । ଆଗାମୀ କିଛି ଦିନର ଏହି ହାଇ-ପ୍ରୋଫାଇଲ୍ ଗସ୍ତ ମଧ୍ୟରେ ଭାରତ ଓ ଆମେରିକା ମଧ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଦ୍ୱିପାକ୍ଷିକ ଆଲୋଚନା ହେବ। ଦୁଇ ଦେଶ ମଧ୍ୟରେ ଆର୍ଥିକ ସମ୍ପର୍କକୁ ଆହୁରି ମଜବୁତ କରିବା ।

ନୂଆ ଓ ଆଧୁନିକ ଟେକ୍ନୋଲୋଜି କ୍ଷେତ୍ରରେ ମିଳିତ ସହଯୋଗ ନେଇ ଉଭୟ ଦେଶ ଆଲୋଚନା କରିବେ । ସେହିପରି ସାମରିକ ସହଭାଗିତା ଏବଂ ପ୍ରତିରକ୍ଷା ଚୁକ୍ତିକୁ ଆଗକୁ ବଢ଼ାଇବା ସହ ଇଣ୍ଡୋ-ପାସିଫିକ୍ କ୍ଷେତ୍ରରେ ସୁରକ୍ଷା ଏବଂ ସ୍ଥିରତା ପାଇଁ ‘କ୍ୱାଡ୍’ ସଂଗଠନର ରଣନୀତି ହେବ । ଏହି ଗସ୍ତ ଭାରତ ଓ ଆମେରିକାର ରଣନୀତିକ ସମ୍ପର୍କ ନୂଆ ଶିଖରରେ ପହଞ୍ଚିବ ବୋଲି ଆଶା କରାଯାଉଛି ।

Leave A Reply

Your email address will not be published.