ମନଇଚ୍ଛା ବଦଳି ଉପରେ ଲାଗିବ ରୋକ

0

ଓଡ଼ିଆ ନ୍ୟୁଜ୍: ମନଇଚ୍ଛା ବଦଳି ଉପରେ ରୋକ୍‌ ଲଗାଇବାକୁ କଡ଼ା ନିର୍ଦ୍ଦେଶ। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସବୁ ବିଭାଗ ଓ ଜିଲ୍ଲାପାଳଙ୍କୁ ଚିଠି। ପ୍ରତିବର୍ଷ ଏପ୍ରିଲ ୧୫ରୁ ଜୁନ୍‌ ୧୫ ମଧ୍ୟରେ ହେବ ବଦଳି ପ୍ରକିୟା। ସଚିବାଳୟ ଓ ନିର୍ଦ୍ଦେଶାଳୟରେ ୩ ବର୍ଷ ରହିପାରିବେନି ଅଫିସର୍। ବ୍ଲକ୍‌ କିମ୍ବା ତହସିଲରେ ୬ ବର୍ଷ ରହିପାରିବେନି ଗ୍ରୁପ୍‌ C ଅଫିସର୍। ଗୁରୁତ୍ୱପୂର୍ଣ୍ଣ ଦାୟିତ୍ଵରେ ଥିଲେ ନିଜ ଜିଲ୍ଲାକୁ ବଦଳି ହୋଇପାରିବେନି।ସମସ୍ତ ବିଭାଗ, ବିଭାଗୀୟ ମୁଖ୍ୟ, ଆରଡିସି ଓ ଜିଲ୍ଲାପାଳଙ୍କୁ ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଚିଠି କରାଯାଇଛି । ରାଜ୍ୟ ସରକାରୀ କର୍ମଚାରୀଙ୍କ ବଦଳି ଓ ନିଯୁକ୍ତି ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ ଓ ଶୃଙ୍ଖଳିତ କରିବା ପାଇଁ ପୂର୍ବରୁ ପ୍ରଚଳିତ ନୀତିକୁ ବଦଳାଯାଇଛି ।

ସରକାରୀ କର୍ମଚାରୀଙ୍କ ବଦଳି ନିର୍ଦ୍ଦେଶନାମାରେ କେଉଁ କର୍ମଚାରୀ ବା ଅଧିକାରୀ କାହାକୁ ଦାୟିତ୍ୱ ହସ୍ତାନ୍ତର କରିବେ, ତାହା ମଧ୍ୟ ବଦଳି ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିବ। ଯଦି କୌଣସି ବିଶେଷ କାରଣରୁ ଏହା ଉଲ୍ଲେଖ ନଥିବ, ତା’ହେଲେ ସଂପୃକ୍ତ କର୍ମଚାରୀ ନିଜ ଉପରିସ୍ଥ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶରେ ଅନ୍ୟ ଜଣେ ସମାନ ପାହ୍ୟାର ଅଧିକାରୀଙ୍କୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଦାୟିତ୍ୱ ହସ୍ତାନ୍ତର କରି ନୂଆ ସ୍ଥାନରେ ଯୋଗ ଦେବେ। ନୂଆ ନିୟମ କାର୍ଯ୍ୟକାରୀ ହେଲେ କୌଣସି ସରକାରୀ କର୍ମଚାରୀ ଗୋଟିଏ ସ୍ଥାନରେ ୩ ବର୍ଷରୁ ଅଧିକ ରହିପାରିବେନି । ଜନସ୍ୱାର୍ଥ ଦୃଷ୍ଟିରୁ ଆବଶ୍ୟକ ହେଲେ ୩ ବର୍ଷ ପୂର୍ବରୁ ମଧ୍ୟ ବଦଳି କରାଯାଇପାରିବ ।

Leave A Reply

Your email address will not be published.