ରାଜଧାନୀରେ ଏନକାଉଣ୍ଟର୍

0

ଓଡ଼ିଆ ନ୍ୟୁଜ୍: ରାଜଧାନୀରେ କୁଖ୍ୟାତ ଡ୍ରଗ୍ସ ମାଫିଆକୁ ଏନ୍‌କାଉଣ୍ଟର୍। ପପୁନ୍‌ ମାଝୀକୁ ଏନକାଉଣ୍ଟର୍ କଲା କମିଶନରେଟ୍‌ ପୋଲିସ୍। ଗଞ୍ଜାମ ଜଗନ୍ନାଥପ୍ରସାଦ ଅଂଚଳର ଡ୍ରଗ୍ସ ମାଫିଆ ପପୁନ୍। ଇନ୍‌ଫୋ ଭ୍ୟାଲି ଥାନା ଅଂଚଳରେ ଡ୍ରଗ୍ସ ଡିଲ୍‌ ବେଳେ ଏନକାଉଣ୍ଟର୍।ପ୍ରଥମେ ପୋଲିସ୍‌ ଉପରକୁ ୧ ରାଉଣ୍ଡ ଗୁଳି ଚଳାଇଥିଲା ପପୁନ୍।ପୋଲିସ୍‌ର ପାଲଟା ଗୁଳି ଚାଳନାରେ ପପୁନ୍ ଗୁରୁତର।ପପୁନ୍‌କୁ ପ୍ରଥମେ କ୍ୟାପିଟାଲ୍‌ ହସ୍‌ପିଟାଲ୍ ପରେ ଏସ୍‌ସିବି ସ୍ଥାନାନ୍ତର।

ଖବର ଅନୁଯାୟୀ, ଅପରାଧୀ ପୁପୁନ ଘର ଗଞ୍ଜାମ ବୁଗୁଡା ଅଞ୍ଚଳରେ। ତା ନାଁରେ ଗଞ୍ଜାମ ଜିଲ୍ଲାରେ ୨୦ରୁ ଅଧିକ ସଙ୍ଗୀନ ମାମଲା ରହିଛି। ରାଜଧାନୀରେ ମଧ୍ୟ ପୁପୁନ ନାଁରେ ଏକାଧିକ ମାମଲା ରହିଥିବା ପୋଲିସ ଜାଣିବାକୁ ପାଇଛି। । ଇନ୍ଫୋଭାଲି ଅଞ୍ଚଳରେ ପୁପୁନ୍ ସହ ପୋଲିସ ମୁହାମୁହିଁ ହୋଇଥିଲା। ପୋଲିସକୁ ଗୁଳି କରି ଖସି ଯାଉଥିବା ବେଳେ ସ୍ପେସାଲ କ୍ରାଇମ୍ ୟୁନିଟ୍ କବଳରୁ ବର୍ତ୍ତି ପାରି ନଥିଲା ପୁପୁନ୍। ସେହିପରି ପୁପୁନ ନିକଟରୁ ଗୋଟିଏ ପିସ୍ତଲ ୫ ରାଉଣ୍ଡ ଅଫୁଟା ଗୁଳି ଓ ବାଇକ ଜବତ କରାଯାଇଛି। ପୋଲିସ ଗୁଳିରେ ଆହତ ପୁପୁନକୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲା ପୋଲିସ। ତେବେ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାକୁ କଟକ SCB ମେଡିକାଲ୍ ପଠାଇ ଦିଆଯାଇଛି।

 

Leave A Reply

Your email address will not be published.