ରାଜ୍ୟସଭା ଉପନିର୍ବାଚନ ପାଇଁ ବିଜ୍ଞପ୍ତି

0

ଓଡ଼ିଆ ନ୍ୟୁଜ୍: ଓଡ଼ିଶାରେ ରାଜ୍ୟସଭା ଉପନିର୍ବାଚନ ପାଇଁ ECI ପକ୍ଷରୁ ବିଜ୍ଞପ୍ତି। ଦେବାଶିଷ ସାମନ୍ତରାୟଙ୍କ ଇସ୍ତଫା ଦେବା ପରେ ବିଜ୍ଞପ୍ତି। ଖାଲି ହୋଇଥିବା ଗୋଟିଏ ଆସନ ପାଇଁ ହେବ ନିର୍ବାଚନ। ଜୁନ୍‌ ୧ରେ ବିଧିବଦ୍ଧ ବିଜ୍ଞପ୍ତି, ୮ରେ ନାମାଙ୍କନ ଦାଖଲର ଶେଷ ତାରିଖ। ଜୁନ୍‌ ୧୧ ତାରିଖ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ। ଜୁନ୍‌ ୧୮ ତାରିଖ ସକାଳ ୯ରୁ ଅପରାହ୍ଣ ୪ଟା ମଧ୍ୟରେ ଭୋଟ୍‌ ଗ୍ରହଣ। ଦେବାଶିଷ ସାମନ୍ତରାୟ ଇସ୍ତଫା ଦେବା ପରେ ବିଜ୍ଞପ୍ତି। ଜୁନ୍‌ ୧୮ ତାରିଖ ଅପରାହ୍ଣ ୫ଟାରେ ଭୋଟ୍‌ ଗଣତି। ବିଜେଡିରୁ ଇସ୍ତଫା ଦେବା ପରେ ବିଜେପିରେ ମିଶିଛନ୍ତି ଦେବାଶିଷ।

ନିର୍ବାଚନ ଆୟୋଗ ପକ୍ଷରୁ ଜାରି ସୂଚନା ଅନୁସାରେ, ଜୁନ୍ ୧ରେ ବିଜ୍ଞପ୍ତି ପ୍ରକାଶ ପାଇବ। ଜୁନ୍ ୮ ନାମାଙ୍କନ ଦାଖଲର ଶେଷ ତାରିଖ ଥିବା ବେଳେ ଜୁନ୍ ୯ରେ ଯାଞ୍ଚ ପ୍ରକ୍ରିୟା ହେବ। ଜୁନ୍ ୧୧ ପର୍ଯ୍ୟନ୍ତ ପ୍ରାର୍ଥୀମାନେ ନାମାଙ୍କନ ପ୍ରତ୍ୟାହାର କରିପାରିବେ।

ଆସନ ପାଇଁ ଭୋଟଗ୍ରହଣ ଜୁନ୍ ୧୮ ତାରିଖ ସକାଳ ୯ଟାରୁ ସନ୍ଧ୍ୟା ୪ଟା ପର୍ଯ୍ୟନ୍ତ ହେବ। ସେହି ଦିନ ସନ୍ଧ୍ୟା ୫ଟାରେ ଭୋଟ ଗଣନା କରାଯିବ। ଜୁନ୍ ୨୦ ସୁଦ୍ଧା ସମଗ୍ର ନିର୍ବାଚନ ପ୍ରକ୍ରିୟା ସମାପ୍ତ କରାଯିବ ବୋଲି ଆୟୋଗ ସୂଚନା ଦେଇଛନ୍ତି।

Leave A Reply

Your email address will not be published.