ଓଡ଼ିଆ ନ୍ୟୁଜ୍: ଇରାନର ସୈନ୍ୟ ଠିକଣା ଓ ଜାହାଜ ଉପରକୁ ଆମେରିକାର ବଡ଼ ହମ୍ଲା। ଅସ୍ତ୍ରବିରତି ମଝିରେ ଦକ୍ଷିଣ ଇରାନ୍ରେ ସେଣ୍ଟ୍ରାଲ କମାଣ୍ଡର ଆକ୍ରମଣ। ହର୍ମୁଜ ପ୍ରଣାଳୀରେ ବାରୁଦ ବିଛାଉଥିବା ଜାହାଜକୁ ଟାର୍ଗେଟ। ଆମେରିକାର ହମ୍ଲାରେ ୨ଟି ଜାହାଜ କ୍ଷତିଗ୍ରସ୍ତ ସୂଚନା। ଆତ୍ମରକ୍ଷା ପାଇଁ ଆକ୍ରମଣ କରିଥିବା କହିଲା ଆମେରିକା।
ଇରାନର ଇସଲାମିକ ରିଭୋଲ୍ୟୁସନାରୀ ଗାର୍ଡ କୋର୍ପସ ବା IRGCର ବିପଦକୁ ଦେଖି ଆତ୍ମରକ୍ଷା ପାଇଁ ଆମେରିକୀୟ ସେନାର ସେଣ୍ଟ୍ରାଲ କମାଣ୍ଡ ବା CENTCOM ଦକ୍ଷିଣ ଇରାନରେ ଏକ ସୀମିତ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଆମେରିକା ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ସୀମିତ କାର୍ଯ୍ୟାନୁଷ୍ଠାନରେ ଦୁଇଟି ମୁଖ୍ୟ ଟାର୍ଗେଟକୁ ଧ୍ୱଂସ କରାଯାଇଛି।
ପ୍ରଥମତଃ ହରମୁଜ୍ ପ୍ରଣାଳୀରେ ସାମୁଦ୍ରିକ ମାଇନ୍ ବିଛାଇବାକୁ ଚେଷ୍ଟା କରୁଥିବା । RGCର ଦୁଇଟି ବୋଟକୁ ଟାର୍ଗେଟ କରାଯାଇଥିଲା । ଦ୍ବିତୀୟରେ ବନ୍ଦର ଅବ୍ବାସ ସହର ନିକଟରେ ଥିବା ଏକ ସରଫେସ୍-ଟୁ-ଏୟାର୍ ମିସାଇଲ୍ ସାଇଟକୁ ଉଡ଼ାଇ ଦିଆଯାଇଛି । ଯାହା ଆମେରିକୀୟ ବିମାନକୁ ଟାର୍ଗେଟ କରୁଥିଲା । ସ୍ଥାନୀୟ ବାସିନ୍ଦା ଏହି ଅଞ୍ଚଳରେ ପ୍ରଚଣ୍ଡ ବିସ୍ଫୋରଣ ହୋଇଥିବା ନେଇ ସୂଚନା ଦେଇଛନ୍ତି । ସେଣ୍ଟକମ୍ ପ୍ରବକ୍ତା ନେଭି କ୍ୟାପଟେନ ଟିମ୍ ହପକିନ୍ସଙ୍କ ବୟାନ ଅନୁସାରେ ଇରାନୀ ସେନା ଦ୍ୱାରା ସୃଷ୍ଟି ହୋଇଥିବା ବିପଦରୁ ଆମର ସୈନ୍ୟମାନଙ୍କୁ ସୁରକ୍ଷିତ ରଖିବା ପାଇଁ ଆଜି ଦକ୍ଷିଣ ଇରାନରେ ଆତ୍ମରକ୍ଷାମୂଳକ ଆକ୍ରମଣ କରାଯାଇଛି ।