ଓଡ଼ିଆ ନ୍ୟୁଜ୍: ପଶ୍ଚିମବଙ୍ଗରେ ୫ ଟଙ୍କାରେ ଭାତ-ମାଛ ମିଲ୍ ପାଇଁ ନୂଆ ସରକାରଙ୍କ ଘୋଷଣା। ୪ ଶହ ସ୍ବତନ୍ତ୍ର କ୍ୟାଣ୍ଟିନ ଯୋଗେ ୫ ଟଙ୍କିଆ ମିଲ୍ ଦେବାକୁ ଘୋଷଣା। ଆସନ୍ତା ୨୭ରେ ଅନ୍ନପୂର୍ଣ୍ଣା ଯୋଜନାରେ ଯୋଗ୍ୟ ମହିଳାଙ୍କୁ ମାସିକ ୩ ହଜାର।ଶିକ୍ଷାନୁଷ୍ଠାନର ୧ କିମି ପରିଧିରେ ମଦ କାଉଣ୍ଟର ରହିବନି।
କଲ୍ୟାଣୀରେ ଆୟୋଜିତ ଏକ ପ୍ରଶାସନିକ ବୈଠକରେ ଲୋକଙ୍କୁ ସମ୍ବୋଧନ କରି ଅଧିକାରୀ କହିଛନ୍ତି ଯେ, ସବସିଡିଯୁକ୍ତ ଖାଦ୍ୟ ପୁରା ପଶ୍ଚିମବଙ୍ଗରେ ସ୍ଥାପିତ ସ୍ୱତନ୍ତ୍ର ଭାବରେ ନିର୍ଦ୍ଦିଷ୍ଟ କ୍ୟାଣ୍ଟିନ ମାଧ୍ୟମରେ ଯୋଗାଇ ଦିଆଯିବ । ପଶ୍ଚିମବଙ୍ଗରେ ମମତା ସରକାର ସମୟରେ କ୍ୟାଣ୍ଟିନ ହୋଇଥିଲା । ଏଠାରେ ୫ ଟଙ୍କା ଅଣ୍ଡା-ଭାତ ମିଳୁଥିଲା । କିନ୍ତୁ ଏବେ ଶ୍ରମିକ ଠାରୁ ଆରମ୍ଭ କରି ଅଟୋ ରିକ୍ସା ଚଲାଉଥିବା ଲୋକ ମଧ୍ୟ ୫ ଟଙ୍କାରେ ଭାତ-ମାଛ ଖାଇପାରିବ ।
ଶୁଭେନ୍ଦୁଙ୍କ ଏହି ଘୋଷଣା ଟିଏମସିର ଅଭିଯୋଗର ଉତ୍ତର ଦେବାକୁ କରାଯାଇଥିବା କୁହାଯାଉଛି । କାରଣ ନିର୍ବାଚନ ସମୟରେ ଟିଏମ୍ସି ସୁପ୍ରିମୋ ମମତା ବାନାର୍ଜୀଙ୍କ ସମେତ ଦଳୀୟ ନେତାମାନେ ପ୍ରଚାର କରିଥିଲେ ଯେ, ବିଜେପି ଆସିଲେ ମାଛ, ମାଂସ ଏବଂ ଅଣ୍ଡା ଉପରେ ସମ୍ପୂର୍ଣ୍ଣ ନିଷେଧ କରିବ । ଫଳରେ ବଙ୍ଗାଳୀମାନେ ତାଙ୍କର ପ୍ରିୟ ଖାଦ୍ୟ ଖାଇବାରୁ ବଞ୍ଚିତ ହେବେ ।