TMC ବିଧାୟକ ଦିଲ୍ଲୀପ ମଣ୍ଡଳ ଗିରଫ

0

ଓଡ଼ିଆ ନ୍ୟୁଜ୍: ପଶ୍ଚିମବଙ୍ଗର TMC ବିଧାୟକ ଦିଲ୍ଲୀପ ମଣ୍ଡଳ ଗିରଫ। ପୁରୀର ଏକ ହୋଟେଲରୁ ଗିରଫ କଲା STF।ଦିଲ୍ଲୀପଙ୍କୁ ଗିରଫ କରି ପଶ୍ଚିମବଙ୍ଗ ନେଲା STF। ମମତା ସରକାରରେ ପରିବହନ ମନ୍ତ୍ରୀ ଥିଲେ ଦିଲ୍ଲୀପ। ପୂର୍ବରୁ ଦିଲ୍ଲୀପଙ୍କ ପୁଅ ଅର୍ଘ୍ୟ ମଣ୍ଡଳ ଗିରଫ ହୋଇଥିଲେ। ଗିରଫ ପରେ ଦିଲ୍ଲୀପଙ୍କୁ କୋଲକାତା ଅଭିମୁଖେ ନେଇଗଲା କୋଲକତା ଏସଟିଏଫ୍ । ଉତ୍ତେଜନାମୂଳକ ଭାଷଣ ଦେବା, ସାମ୍ପ୍ରଦାୟିକ ସଦଭାବନା ବିଗାଡ଼ିବା ଏବଂ ବିଜେପି ନେତା-କର୍ମୀଙ୍କୁ ଖୋଲାଖୋଲି ଧମକ ଦେବା ଅଭିଯୋଗରେ ତାଙ୍କ ବିରୋଧରେ ଏକାଧିକ ଜାମିନ-ବିହୀନ ମାମଲା ରୁଜୁ ହୋଇଥିଲା ।

ପ୍ରଥମେ ପୋଲିସ ତାଙ୍କ ଘରେ ଚଢ଼ାଉ କରିବା ସମୟରେ ସେ ଖାଲି ପାଦରେ ପଛ କବାଟ ଦେଇ ଫେରାର ହୋଇଯାଇଥିଲେ । ଯାହାର ସିସିଟିଭି ଫୁଟେଜ୍ ଭାଇରାଲ ହୋଇଥିଲା । ଗିରଫଦାରୀରୁ ବର୍ତ୍ତିବା ପାଇଁ ସେ କୋଲକତା ହାଇକୋର୍ଟରେ ଆବେଦନ କରିଥିଲେ। ଦିଲୀପ ମଣ୍ଡଳ ଗିରଫ ହେବା ପୂର୍ବରୁ ପୋଲିସ ତାଙ୍କ ପୁଅ ଅର୍ଘ୍ୟ ମଣ୍ଡଳ ଏବଂ ତାଙ୍କର ୪ ଜଣ ସହଯୋଗୀଙ୍କୁ ବେଆଇନ ଅସ୍ତ୍ରଶସ୍ତ୍ର ସହ ବକଖାଲି ଅଞ୍ଚଳରୁ ଗିରଫ କରିଥିଲା ।

Leave A Reply

Your email address will not be published.