ଓଡ଼ିଆ ନ୍ୟୁଜ୍: ଚମ୍ପୁଆର ACSO ଭୂମାରାମ ମୁର୍ମୁ ଭିଜିଲାନ୍ସ ଜାଲରେ। ୧୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମାଡ଼ି ବସିଲା ଭିଜିଲାନ୍ସ ଟିମ୍। ଧାନ ବିକ୍ରି ବିଲ୍ କରାଇ ଦେବାକୁ ଚାଷୀଙ୍କ ଠାରୁ ନେଉଥିଲେ ଲାଞ୍ଚ।ଜଣେ ସ୍ଥାନୀୟ ଲ୍ୟାମ୍ପ ଇନଚାର୍ଜଙ୍କ ଠାରୁ ଧାନ କିଣା ନେଇ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ଅନ୍ୟ ଧାନ ସଂଗ୍ରହ କେନ୍ଦ୍ରରୁ ମଧ୍ୟ ଲାଞ୍ଚ ଦାବି କରିଥିବା ତାଙ୍କ ନାଁରେ ଅଭିଯୋଗ ରହିଛି । ତାଙ୍କ ଠାରୁ ଲାଞ୍ଚ ୧୫ ହଜାର ଟଙ୍କା ଜବତ ହୋଇଛି । ଲାଞ୍ଚ ଧରା ପଡ଼ିବା ପରେ ଧୁମାରାମଙ୍କ ବିଭିନ୍ନ ଠିକଣାରେ ରେଡ୍ କରୁଛି ଭିଜିଲାନ୍ସ ।
ସୂଚନାଯୋଗ୍ୟ, କିଛି ଦିନ ପୂର୍ବରୁ ଭିଜିଲାନ୍ସ ଜାଲରେ ଫସିଥିଲେ ଲ୍ୟାମ୍ପସ୍ ପରିଚାଳକ । ଲ୍ୟାମ୍ପସ୍ ର ଆର୍ଥିକ ଅନିୟମିତତା ଅଭିଯୋଗରେ ରାୟଗଡା ଭିଜିଲାନ୍ସର ଚଢ଼ାଉ ହୋଇଥିଲା । ଭିଜିଲାନ୍ସ ଜାଲରେ ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ଲ୍ୟାମ୍ପସ୍ ପରିଚାଳକ ତାରିଣୀ ପ୍ରସାଦ ତ୍ରିପାଠୀ । ଜିଲୁଣ୍ଡି ସ୍ଥିତ ବାସଭବନରେ ଚଢାଉ କରିଥିଲା ଟିମ୍ । ରେଡ ବେଳେ ବ୍ୟାଙ୍କ ପାସବୁକ୍,ଇନସ୍ୟୁରେନସ୍ ଓ ଅନ୍ୟ ଆସବାବପତ୍ର ଜବତ କରି ଯାଞ୍ଚ କରିଥିଲା ଭିଜିଲାନ୍ସ । ସକାଳୁ ସକାଳୁ ଭିଜିଲାନ୍ସର ଟିମ୍ ଏହି ଚଢାଉ କରିଥିଲା । ଲ୍ୟାମ୍ପସ୍ ର ପରିଚାଳନା,ପାଚେରୀ ନିର୍ମାଣ ଓ ମରାମତିରେ ଲକ୍ଷାଧିକ ଟଙ୍କା ହଡପ କରାଯାଇଛି ବୋଲି ଅଭିଯୋଗ ହୋଇଥିଲା ।