ବସ୍‌ ଭଡ଼ା ନେଲେ ହେବ ଆକ୍ସନ: ବିଭୁତି ଭୂଷଣ ଜେନା

0

ଓଡ଼ିଆ ନ୍ୟୁଜ୍: ଧାର୍ଯ୍ୟ ଦର ଠାରୁ ଅଧିକ ବସ୍‌ ଭଡ଼ା ନେଲେ ହେବ ଆକ୍ସନ। ଏପରି ଚେତାବନୀ ଦେଲେ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା। ତେଲ ଦର ବୃଦ୍ଧି ପରେ ବସ୍‌ ଭଡ଼ା ଅଧିକ ନେଉଥିବା ଅଭିଯୋଗ ଆସିଛି। ୨% ଭଡ଼ା ବୃଦ୍ଧି ହୋଇଛି, ଅଧିକ ନେବା ଉପରେ ନଜର ରଖାଯାଇଛି। ଅଧିକ ନ ଦେଇ ସଠିକ୍‌ ଭଡ଼ା ଦେଇ ଯାତ୍ରା କରିବାକୁ ମନ୍ତ୍ରୀଙ୍କ ଅପିଲ୍‌।ଏମିତିରେ ସଠିକ ଭଡ଼ା ନେଇ ଲୋକଙ୍କୁ ସହଯୋଗ କରିବାକୁ ବସ୍ ମାଲିକ ଓ କର୍ମଚାରୀଙ୍କୁ ଅପିଲ କରିଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ।

ସେହିପରି ଯଦି କୌଣସି ଗାଡ଼ି ମାଲିକ ମନ ଇଚ୍ଛା ଦର ବଢାନ୍ତି । କି ସରକାରଙ୍କ ନିୟମ ନମାନନ୍ତି । ତେବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ତୈଳ ଦର ବୃଦ୍ଧି ଲାଗି ବସ୍‌ ଭଡ଼ା ବଢାଯାଇଛି । ୨ ପ୍ରତିଶତ ଦର ବୃଦ୍ଧି କରାଯାଇଛି । ତେଣୁ ଧାର୍ଯ୍ୟ ହୋଇଥିବା ଦର ଠାରୁ ଅଧିକ ଟଙ୍କା ନେଲେ, ସେମାନଙ୍କ ବିରୋଧରେ ଆକ୍ସନ ନିଆଯିବ ।

ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଲାଗି ଅନ୍ତର୍ଜାତୀୟ ବଜାରରେ ତୈଳ ଦର ବୃଦ୍ଧି ପାଇଥିଲା । ଯାହାର ପ୍ରଭାବ ସିଧା ଭାରତୀୟ ବଜାର ଉପରେ ପଡିଥିଲା । ପେଟ୍ରୋଲ-ଡିଜେଲ ଦର ଲଗାତର ଭାବେ ବୃଦ୍ଧି ପାଇଥିଲା । ଏପିରିକି କିଛି ବସ୍‌ ମନ ଇଚ୍ଛା ଯାତ୍ରୀଙ୍କ ଠାରୁ ଭଡ଼ା ନେଉଥିଲେ । ଏନେଇ ବାରମ୍ବାର ଅଭିଯୋଗ ମଧ୍ୟ ଆସିଥିଲା ।

Leave A Reply

Your email address will not be published.