ଓଡ଼ିଆ ନ୍ୟୁଜ୍: ତ୍ୱିଶା ମୃତ୍ୟୁ: ଗିରଫ ହେଲେ ଶାଶୁ ପୂର୍ବତନ ବିଚାରପତି ଗିରିବାଳା ସିଂ। ଭୋପାଳ ସ୍ଥିତ ବାସଭବନରୁ ଗିରଫ କଲା CBI। ହାଇକୋର୍ଟ ଅନ୍ତରୀଣ ସୁରକ୍ଷା ଉଠାଇ ଦେବା ପରେ ଗିରଫ। ମେ ୧୨ ତାରିଖରେ ବାସଭବନରୁ ବୋହୂ ଟ୍ୱିଶାଙ୍କ ମୃତଦେହ ମିଳିବାର ୧୬ ଦିନ ପରେ ବିଚାରପତି ଶାଶୂଙ୍କୁ ଗିରଫ କରାଯାଇଛି। ମଧ୍ୟପ୍ରଦେଶ ହାଇକୋର୍ଟଙ୍କ ଦ୍ୱାରା ଜାମିନ ଖାରଜ ହେବା ପରେ ଗରିବାଳାଙ୍କୁ ଗିରଫ କରିବା ପାଇଁ ଗୁରୁବାର ସିବିଆଇର ଏକ ଟିମ୍ ତାଙ୍କର ଭୋପାଳସ୍ଥିତ ବାସଭବନରେ ପହଞ୍ଚିଥିଲା। ସେଠାରେ ତାଙ୍କୁ ଗରିଫ କରି ହେପାଜତକୁ ନେଇଛି।
ମିଳିଥିବା ରିପୋର୍ଟ ଅନୁସାରେ, ଭୋପାଳର ବାଗ୍ ମୁଗଲିଆ ଏକ୍ସଟେନସନ୍ ଅଞ୍ଚଳରେ ଥିବା ଗିରିବାଳା ସିଂହଙ୍କ ବାସଭବନରେ ସିବିଆଇ ଅଧିକାରୀମାନେ ପ୍ରବେଶ କରୁଥିବାର ଦେଖାଯାଇଥିଲା। ସୂତ୍ର ଅନୁସାରେ, ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଏଜେନ୍ସି ତାଙ୍କୁ ହେପାଜତକୁ ନେବା ପୂର୍ବରୁ ପଚରାଉଚରା କରିଥିଲା।