ଇସ୍ତଫା ଦେଲେ ସିଦ୍ଦରମୈୟା

0

ଓଡ଼ିଆ ନ୍ୟୁଜ୍: ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ସିଦ୍ଦରମୈୟା।ବେଙ୍ଗଲୁରୁ ରାଜଭବନ ଯାଇ ଇସ୍ତଫା ଦେଲେ। ଇସ୍ତଫା ନେଇ ପ୍ରେସମିଟ୍‌ରେ ଦେଲେ ସୂଚନା।ଏହା ପରେ ସିଦ୍ଦରମୈୟା ଅପରାହ୍ନ ୩ଟାରେ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ତାଙ୍କ ଇସ୍ତଫା ପୁଷ୍ଟି କରିଛନ୍ତି।

ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ସିଦ୍ଦରମୈୟା ଏକ ସାଧାରଣ ପୃଷ୍ଠଭୂମିରୁ ଆସିଥିଲେ ମଧ୍ୟ ରାଜନୀତିରେ ତାଙ୍କର କିପରି ଉତ୍ଥାନ ହୋଇଥିଲା ତାହା କହିଛନ୍ତି। ଏହି ଅବସରରେ ସେ ରାହୁଲ ଗାନ୍ଧି, ସୋନିଆ ଗାନ୍ଧି ଓ ମଲ୍ଲିକାର୍ଜୁନ ଖଡଗେଙ୍କୁ ଧନ୍ୟବାଦ ଜଣାଇବା ସହ ଗଣମାଧ୍ୟମ କର୍ମୀମାନଙ୍କୁ କହିଛନ୍ତି ଯେ ତାଙ୍କ ସରକାର ନିର୍ବାଚନ ପୂର୍ବରୁ ରାଜ୍ୟବାସୀଙ୍କୁ ଯେଉଁ ପ୍ରତିଶ୍ରୁତି ଓ ଗ୍ୟାରେଣ୍ଟି ଦେଇଥିଲା ତାହା ଗୋଟିଗୋଟି କରି ପୂରଣ କରିଛି। ସେହିପରି ବିରୋଧୀ ଦଳ ଓ ପ୍ରଧାନମନ୍ତ୍ରୀଙ୍କ ଉପରେ ଭୁଲ ତଥ୍ୟ ଦେଉଥିବାର ଅଭିଯୋଗ ଆଣି କହିଛନ୍ତି ଯେ ରାଜ୍ୟର ରାଜସ୍ୱ ହ୍ରାସ ପାଇଁ କେନ୍ଦ୍ର ସରକାର ମଧ୍ୟ ସମପରିମାଣରେ ଦାୟି। ଏହା ଛଡା ସେ କହିଛନ୍ତିଯେ ସକ୍ରିୟ ରାଜନୀତିରୁ ସେ ଏବେ ଦୂରେଇବେ ନାହିଁ ଓ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଦେଶରେ ସାମ୍ପ୍ରଦାୟିକ ଶକ୍ତି ବିରୋଧରେ ଲଢିବେ।

ତେବେ ଏହା ପୂର୍ବରୁ ପୂର୍ବାହ୍ନରେ ବ୍ରେକଫାଷ୍ଟ ମିଟିଂରେ ମନ୍ତ୍ରୀମଣ୍ଡଳ ସହଯୋଗୀଙ୍କୁ ତାଙ୍କ ଇସ୍ତଫା ସୂଚନା ଦେଇ ସେ କଂଗ୍ରେସ ହାଇକମାଣ୍ଡଙ୍କ ନିଷ୍ପତ୍ତି ଜଣାଇଥିଲେ। ହାଇକମାଣ୍ଡଙ୍କ ନିଷ୍ପତ୍ତି ଅନୁସାରେ ସେ ଇସ୍ତଫା ଦେଉଥିବା ସୂଚିତ କରିଥିବା ବେଳେ ସିଦ୍ଦରମୈୟା ତାଙ୍କ ଦ୍ୱିତୀୟ କାର୍ଯ୍ୟକାଳର ବିଭିନ୍ନ ଉପଲବ୍ଧି ଓ ସେ ସମ୍ମୁଖୀନ ହୋଇଥିବା ଆହ୍ୱାନ ସମ୍ପର୍କରେ ଆଲୋଚନା କରିଥିଲେ ଓ ସହଯୋଗ ନିମନ୍ତେ ମନ୍ତ୍ରୀମାନଙ୍କୁ ଧନ୍ୟବାଦ ଜଣାଇଥିଲେ। କଂଗ୍ରେସ ସୂତ୍ରରୁ ଏହା ବି ସୂଚନା ମିଳୁଛି ଯେ କଂଗ୍ରେସ ବିଧାୟକ ଦଳ ବୈଠକ ୨୯ ମେ ଶୁକ୍ରବାର ଅନୁଷ୍ଠିତ ହେବ। ଏଥିରେ ସିଦ୍ଦରମୈୟା ତାଙ୍କର ସମ୍ଭାବିତ ଉତ୍ତରାଧିକାରୀଙ୍କ ନାମ ଘୋଷଣା କରିପାରନ୍ତି ନଚେତ ବିଧାୟକ ଦଳ ସେମାନଙ୍କ ନେତା ନିର୍ବାଚନ କରିବେ।

Leave A Reply

Your email address will not be published.