ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦି

0

ଓଡ଼ିଆ ନ୍ୟୁଜ୍: ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବିଜେପି ସରକାରର ୨ ବର୍ଷ ପାଳନ ଅବସରରେ ଓଡ଼ିଶା ଆସିବେ। ଏନେଇ ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ABVP ଜାତୀୟ କାର୍ଯ୍ୟକାରୀ ପରିଷଦ ସମାରୋହରେ ସୂଚନା ଦେଲେ। ୪ ଦିନ ତଳେ ଦିଲ୍ଲୀ ଯାଇଥିଲି, ଓଡ଼ିଶା ଆସିବାକୁ ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିଥିଲି।ଜୁନ୍ ୧୨, ୨୦ କିମ୍ବା ସେପ୍ଟେମ୍ବର ୧୭ରେ ଆସିବାକୁ ନିମନ୍ତ୍ରଣ କରିଛି।ପ୍ରଧାନମନ୍ତ୍ରୀ ଓଡ଼ିଶା ଆସିବା ନେଇ କାଲି PMOରୁ ଗ୍ରୀନ ସିଗନାଲ ମିଳିଛି। ଆମେ ଏ ନେଇ ପ୍ରସ୍ତୁତି ମଧ୍ୟ କରି ଦେଇଛୁ- ମୁଖ୍ୟମନ୍ତ୍ରୀ।

ସୂଚନାଯୋଗ୍ୟ, ଓଡ଼ିଶାରେ ପ୍ରଥମ ଥର ବିଜେପି ସରକାରକୁ ଆସିଛି। ଜୁନ ୧୨ରେ ମୋହନ ମାଝୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। ତାଙ୍କ ସହ ୧୫ ଜଣ ମନ୍ତ୍ରୀ ଭାବେ ଶପଥ ନେଇଥିଲେ। ପ୍ରଥମ ବର୍ଷ ପୂର୍ତ୍ତି ଉପଲକ୍ଷେ ଭୁବନେଶ୍ଵରର ଜନତା ମଇଦାନରେ ଆୟୋଜିତ ଭବ୍ୟ ସମାରୋହରେ ଯୋଗ ଦେଇଥିଲେ ପିଏମ ମୋଦୀ। ସେ ମୋହନ ସରକାରଙ୍କ ୧ ବର୍ଷ ପୂର୍ତ୍ତି ଉତ୍ସବର ଶୁଭାରମ୍ଭ କରିଥିଲେ ଏବଂ ଓଡ଼ିଶାକୁ ଭାରତର ସାଂସ୍କୃତିକ ଐତିହ୍ୟର “ଉଜ୍ଜ୍ୱଳ ତାରକା” ବୋଲି କହିଥିଲେ। ଏହା ମଧ୍ୟରେ ମୋହନ ମାଝୀ ସରକାରଙ୍କୁ ୨ ବର୍ଷ ପୂରିବାକୁ ଯାଉଛି। ଆଉ ଏହି ଅବସରରେ ଆୟୋଜିତ ହେବାକୁ ଥିବା ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେବେ ବୋଲି ସବୁଜ ସଙ୍କେତ ଦେଇ ସାରିଛନ୍ତି।

ନିକଟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଦିଲ୍ଲୀ ଗସ୍ତ କରିଥିଲେ। ଏହି ସମୟରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିବା ସହ ଓଡ଼ିଶା ଆସିବାକୁ ନିମନ୍ତ୍ରଣ କରିଥିଲେ। ପ୍ରଧାନମନ୍ତ୍ରୀ ୨ୟ ବର୍ଷ ପୂର୍ତ୍ତି ଉତ୍ସବରେ ଯୋଗ ଦେବେ ବୋଲି ସବୁଜ ସଙ୍କେତ ଦେଇଥିବା ଖୋଦ୍ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି।

 

Leave A Reply

Your email address will not be published.