ବୋଲେରୋ ଦୁର୍ଘଟଣା; ୧୦ ଆହତ

0

ଓଡ଼ିଆ ନ୍ୟୁଜ୍: ନିରାକାରପୁର-ପୁରୀ ନୂଆ ଜଗନ୍ନାଥ ସଡ଼କରେ ଦୁର୍ଘଟଣା। ରାସ୍ତା କଡ଼ ଗଛରେ ପିଟିହେଲା ବୋଲେରୋ; ୧୦ ଆହତ। ପୁରୀ ଚିକିତ୍ସାଳୟରେ ୯ ଜଣ ଭର୍ତ୍ତି, ଭୁବନେଶ୍ୱର ଏମ୍ସକୁ ଜଣେ ସ୍ଥାନାନ୍ତର। ଗଂଜାମ ସୋରଡ଼ା ଅଞ୍ଚଳର ଗୋଟିଏ ପରିବାର ପୁରୀ ଯିବା ବେଳେ ଦୁର୍ଘଟଣା।

ବ୍ରହ୍ମପୁର ସୋରଡା ଅଞ୍ଚଳର ଗୋଟିଏ ପରିବାରର ୧୦ ଜଣ ବ୍ୟକ୍ତି ଯାଉଥିଲେ ପୁରୀ। ଜଗା ଦର୍ଶନ ପାଇଁ ଯିବାବେଳେ ଘଟିଲା ଦୁର୍ଘଟଣା। ରାସ୍ତାକଡ ଗଛରେ ପିଟିହେଲା ବୋଲେରୋ। ନିରାକାରପୁର-ପୁରୀ ନୂଆ ଜଗନ୍ନାଥ ସଡକରେ ଘଟିଛି ଏଭଳି ଦୁର୍ଘଟଣା। ଗୁରୁବାର ବିଳମ୍ବିତ ରାତିରେ ଘଟିଛି ଦୁର୍ଘଟଣା। ଦୁର୍ଘଟଣାରେ ସମସ୍ତ ୧୦ ଜଣ ଯାତ୍ରୀ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସେମାନଙ୍କୁ ମଧ୍ୟରୁ ଜଣଙ୍କୁ ଏମ୍ସକୁ ସ୍ଥାନାନ୍ତର କରାଯାଇଛି। ତେବେ ଦୁର୍ଘଟଣାର କାରଣ ଅସ୍ପଷ୍ଟ ରହିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.