ଓଡ଼ିଆ ନ୍ୟୁଜ୍: ମହିଳାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଲୁଟ ଉଦ୍ୟମ।ପ୍ରାୟ ୩୦ ମିନିଟ କାଳ ଆତଙ୍କ ଖେଳାଇଲା ଦୁର୍ବୃତ୍ତ। ଲୁଟ ଉଦ୍ୟମ ବେଳେ କାବୁ କଲେ ସ୍ଥାନୀୟ ଯୁବକ। ଖବର ପାଇ ପହଞ୍ଚିଲା ଖଣ୍ଡଗିରି ଓ ଭରତପୁର ପୋଲିସ। ଦୁର୍ବୃତ୍ତ ଜଣକୁ ଥାନାକୁ ଆଣି ଘଟଣାର ତଦନ୍ତ ଚଳାଇଛି।
ରାଜଧାନୀରେ ମାତିଛି ମୋବାଇଲ ଲୁଟେରା ଗ୍ୟାଙ୍ଗ । ବନ୍ଧୁକ ଦେଖାଇ ମହିଳାଙ୍କ ଠାରୁ ମୋବାଇଲ ଲୁଟ ଉଦ୍ୟମ । ବରମୁଣ୍ଡା ଓଭରବ୍ରିଜ ତଳେ ଘଟଣା ଘଟିଥିଲା । ଲୁଟେରା ଜଣକ ମହିଳାଙ୍କ ଠାରୁ ମୋବାଇଲ ଛଡାଇ ନେଇ ଛୁ’ ମାରୁଥିବା ବେଳେ କାବୁ କଲେ ଲୋକେ । ପରେ ସ୍ଥାନୀୟ ଲୋକେ ତାକୁ ପୋଲିସ ହାତରେ ତାକୁ ହସ୍ତାନ୍ତର କରିଥିଲେ । ଅଭିଯୁକ୍ତ ପାଖରୁ ଏକାଥରେ ୧୯ଟି ମୋବାଇଲ ଜବତ ହୋଇଥିଲା । ଏହି ଘଟଣା ପଛରେ ଏକ ବଡ଼ ରାକେଟ କାମ କରୁଥିବା ସନ୍ଦେହ କରୁଛି ପୋଲିସ । ପ୍ରାଥମିକ ତଦନ୍ତରୁ ଜଣାପଡିଛି ଲୁଟେରା ଜଣକ ବସ୍ ଓ ବସ୍ ଷ୍ଟାଣ୍ଡକୁ ଟାର୍ଗେଟ କରୁଥିଲା । ଅଭିଯୁକ୍ତର କ୍ରାଇମ ହିଷ୍ଟ୍ରି, ପୂର୍ବ ରେକର୍ଡ ଓ ଗ୍ୟାଙ୍ଗ ଲିଙ୍କକୁ ନେଇ ଖୋଳତାଡ଼ ଆରମ୍ଭ କରିଛି ପୋଲିସ ।