ଥାର୍ଡ ଡିଗ୍ରୀ: ବାରଙ୍ଗରେ ରାସ୍ତାରୋକ

0

ଓଡ଼ିଆ ନ୍ୟୁଜ୍: ବାରଙ୍ଗ ଥାନାରେ ଯୁବକଙ୍କୁ ଥାର୍ଡ ଡିଗ୍ରୀ ଘଟଣାକୁ ନେଇ ପ୍ରବଳ ଉତ୍ତେଜନା। ମାଡ଼ ମରାଯାଇଥିବା ରାକେଶଙ୍କ ବାବଦରେ ତଥ୍ୟ ନ ମିଳିବାରୁ ଉତ୍ତେଜନା। ତାତିଲେ ଚଣ୍ଡୀପ୍ରସାଦ ଗ୍ରାମବାସୀ; କଟକ-ଭୁବନେଶ୍ୱର ରାସ୍ତା ଅବରୋଧ।ମାଡ଼ ମରାଯାଇଥିବା ରାକେଶଙ୍କ ବାବଦରେ ପୋଲିସ ତଥ୍ୟ ଦେଉନଥିବା ଅଭିଯୋଗ। କେଉଁଠି ଓ କିଭଳି ସ୍ଥିତିରେ ଅଛନ୍ତି ପୋଲିସ ଜଣାଉନଥିବାରୁ ତାତିଲେ ଗ୍ରାମବାସୀ। ଅଟକିଛି ଗାଡ଼ି ମୋଟର, ରାସ୍ତା ଅବରୋଧ ହଟାଇବାକୁ ପୋଲିସର ବୁଝାସୁଝା।୧୬ରେ ସ୍ତ୍ରୀ ନିଖୋଜ ନେଇ ବାରଙ୍ଗ ଥାନାରେ ଅଭିଯୋଗ କରିଥିଲେ ରାକେଶ। ୨୨ ତାରିଖରେ କାଠଯୋଡ଼ି ନଦୀପଠାରୁ ଜଣେ ମହିଳାଙ୍କ ମୃତଦେହ ମିଳିଥିଲା। ମୃତଦେହ ଚିହ୍ନଟ ପାଇଁ ପୋଲିସ ରାକେଶଙ୍କୁ ଥାନାକୁ ଡାକିଥିଲା। ମୃତଦେହଟି ପତ୍ନୀଙ୍କର ନୁହେଁ ବୋଲି କହିବା ପରେ ଥାର୍ଡ ଡିଗ୍ରୀ ଅଭିଯୋଗ।

ଘଟଣା ବିଷୟରେ ଗ୍ରାମବାସୀ ଜାଣିବା ପରେ ଶତାଧିକ ମହିଳା ଓ ପୁରୁଷ ବାରଙ୍ଗ ଥାନାରେ ପହଞ୍ଚି ଥାନା ଘେରାଉ କରିଛନ୍ତି । ପୋଲିସର ଅମାନୁଷିକ କାର୍ଯ୍ୟକୁ ବିରୋଧ କରି ବାରଙ୍ଗ ମୁଖ୍ୟ ରାସ୍ତା ଅବରୋଧ କରିଛନ୍ତି । ଫଳରେ ରାସ୍ତାର ଉଭୟ ପାର୍ଶ୍ବରେ ବହୁ ଯାନବାହାନ ଅଟକି ରହିଛି। ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିବାରୁ ଘଟଣାସ୍ଥଳରେ କଟକ ଡିସିପିଙ୍କ ସମେତ ଏସିପି ବିଭିନ୍ନ ଥାନାରେ ଅଧିକାରୀ ଓ ଫୋର୍ସ ମୁତୟନ ହୋଇଛନ୍ତି ।

Leave A Reply

Your email address will not be published.