ଓଡ଼ିଆ ନ୍ୟୁଜ୍: ଭୁବନେଶ୍ବର ଗଙ୍ଗୁଆ ନାଳ ବ୍ରିଜ ଉପରେ ଦୁର୍ଘଟଣା। କାରକୁ ଧକ୍କା ଦେଇ ୫୦୦ ମିଟର ଘୋଷାଡ଼ି ନେଲା ହାଇୱା। ଅଳ୍ପକେ ବର୍ତ୍ତିଗଲେ କାରରେ ଥିବା ଦାଦା ଓ ଝିଆରି।ଫେରାର ହାଇୱାକୁ ଗୋଡ଼ାଇ ଗୋଡ଼ାଇ କାବୁ କଲା ପୋଲିସ।ଘଟଣାର ତଦନ୍ତ ଆରମ୍ଭ କରିଛି ମଞ୍ଚେଶ୍ବର ପୋଲିସ।
ସତ୍ୟ ବିହାର ଛକରୁ ପାହାଳ ରାସ୍ତାକୁ ଘୋଷାଡ଼ି ନେଲା। ୫ଶହ ମିଟର ପର୍ଯ୍ୟନ୍ତ କାର କୁ ଘୋଷାଡ଼ି ନେଲା ଟ୍ରକ୍।ତେବେ ଅଳ୍ପକେ ବର୍ତ୍ତିଛନ୍ତି କାରରେ ଥିବା ଦୁଇ ଜଣ। ସାମାନ୍ୟ ଦୁର୍ଘଟଣା ପରେ ଟ୍ରକ୍ ଡ୍ରାଇଭର ଗାଡ଼ି ଅଟକାଇନଥିଲା। ଲୋକେ ପାଟି କରିବାରୁ କାରକୁ ଘୋଷାଡ଼ି ନେଇଥିଲା । ତେବେ ବ୍ରିଜ୍ ଉପରେ ରହି ଯାଇଥିଲା କାର୍ , ଖସି ପଳାଇ ଥିଲା ଟ୍ରକ୍ । ଘଟଣାସ୍ଥଳରେ ମଞ୍ଚେଶ୍ଵର ଥାନା ପୋଲିସ ପହଞ୍ଚିଥିଲା। ଏହାପରେ ଟ୍ରକକୁ ଗୋଡ଼ାଇ ଧରିଥିଲା ମଞ୍ଚେଶ୍ଵର ଥାନା ପୋଲିସ। ଟ୍ରକ୍ ଡ୍ରାଇଭରକୁ ଅଟକ ରଖି ପଚରାଉଚରା ଚାଲିଛି।