କନ୍ଧମାଳରୁ କାଶ୍ମୀର ଗଞ୍ଜେଇ ନେଟୱର୍କ: ୨ ଗିରଫ

0

ଓଡ଼ିଆ ନ୍ୟୁଜ୍: ୨ ଆନ୍ତଃରାଜ୍ୟ ଗଞ୍ଜେଇ ବେପାରୀଙ୍କୁ ଗିରଫ କଲା NCB। କାଶ୍ମୀରରୁ ଗିରଫ କରି ଉଭୟଙ୍କୁ ଭୁବନେଶ୍ବର ଆଣିଲା ଏନ୍‌ସିବି। କନ୍ଧମାଳରୁ କାଶ୍ମୀର ଗଞ୍ଜେଇ ଚାଲାଣ କରୁଥିଲେ। କାଶ୍ମୀରରୁ ଫଳ ଭର୍ତ୍ତି ଗାଡ଼ି ଆସୁଥିଲା, ଓଡ଼ିଶାରୁ ଗଞ୍ଜେଇ ଭର୍ତ୍ତି ହୋଇ ଯାଉଥିଲା। କାଶ୍ମୀର ଦେଇ ପାକିସ୍ତାନକୁ ଗଞ୍ଜେଇ ଚାଲାଣର ରାକେଟ୍‌ ଲମ୍ବିଥିବା ସୂଚନା।

ଦୁଇ ଅଭିଯୁକ୍ତ ବିକ୍ରମ ସି ,ଧରମିନ୍ଦର ସିଂ କୁ ଗିରଫ କରାଯାଇଛି । ଏମାନେ ଷ୍ଟିଲ କଣ୍ଟେନରରେ ଗଞ୍ଜେଇ ପ୍ୟାକ କରି ଟ୍ରକରେ ଚାଲାଣ କରୁଥିଲେ । କନ୍ଧମାଳରୁ ଗଞ୍ଜେଇ ନେଇ ଦେଶର ବିଭିନ୍ନ ସହରରେ କାରବାର କରୁଥିଲେ । ଟ୍ରାନ୍ସପୋର୍ଟ ବ୍ୟବସାୟୀଙ୍କ ଏପରି ଗଞ୍ଜେଇ କାରବାର ନେଟୱର୍କ ଖୁଲାସା କରିଛି ଏନସିବି ଭୁବନେଶ୍ୱର ଜୋନାଲ ଟିମ୍ । ଗତ ଫେବୃଆରି ୧ ତାରିଖରେ ଏମାନଙ୍କ ଗାଡି ସମ୍ବଲପୁରରୁ ଜବତ ହୋଇଥିଲା। ଲିଙ୍କ୍ ରେ ଗଞ୍ଜେଇ ସପ୍ଲାଏ କରୁଥିବା ଆନ୍ତଃରାଜ୍ୟ ମାଫିଆଙ୍କୁ ଖୋଜୁଥିଲା ଏନସିବି ଭୁବନେଶ୍ୱର ଜୋନାଲ ଟିମ୍ ।

ଗତକିଛି ଦିନ ତଳେ କଣ୍ଟାମାଳରେ ଅଭିନଵ ଢଙ୍ଗରେ ଗଞ୍ଜେଇ ଚୋରା ଚାଲାଣ ହେଉଥିଲା । ବୌଦ୍ଧ ଜିଲ୍ଲା କଣ୍ଟାମାଳ ପୋଲିସ ଦ୍ୱାରା ଗଞ୍ଜେଇ ଭର୍ତ୍ତି ଟ୍ରକ ଜବତ ହୋଇଥିଲା । କୋଇଲା ବୋଝେଇ ଟ୍ରକରେ ଗଞ୍ଜେଇ ଚାଲାଣ ହେଉଥିଲା । ଟ୍ରକକୁ ଯାଞ୍ଚ ପରେ ଜବତ ହୋଇଥିଲା ଗଞ୍ଜେଇ l ଟ୍ରକରେ ବାହାର ରାଜ୍ୟକୁ ଗଞ୍ଜେଇ ଚାଲାଣ କରାଯାଉଥିଲା ।

Leave A Reply

Your email address will not be published.