ଓଡ଼ିଆ ନ୍ୟୁଜ୍: ଅପରେସନ୍ ସିନ୍ଦୂରକୁ ନେଇ ସେନା ମୁଖ୍ୟ ଜେନେରାଲ୍ ଉପେନ୍ଦ୍ର ଦ୍ୱିବେଦୀଙ୍କ ପ୍ରତିକ୍ରିୟା। ଅପରେସନ୍ ସିନ୍ଦୂର ଜାରି ରହିଛି, କେବଳ ଅସ୍ଥାୟୀ ଭାବେ ବନ୍ଦ ଅଛି।ଅପରେସନ୍ ସିନ୍ଦୂର 2.0 ଯଦି ହୁଏ ୩ ସେନା ଏଥିପାଇଁ ପ୍ରସ୍ତୁତ। ପରବର୍ତ୍ତୀ ଯୁଦ୍ଧ ପାଇଁ ନିଜକୁ ସଜ୍ଜିତ କରୁଛୁ, ସୁରକ୍ଷାକୁ ନେଇ ସତର୍କ ଅଛୁ। ସମଗ୍ର ଦେଶ ଏକାଠି ହେଲେ ସୂଚନା ଯୁଦ୍ଧ ସଫଳ ହୁଏ: ସେନା ମୁଖ୍ୟ।ସେନା ମୁଖ୍ୟ ଉପେନ୍ଦ୍ର ଦ୍ୱିବେଦୀ କହିଛନ୍ତି, ଭାରତ ଅପରେସନ ସିନ୍ଦୁର ୨.୦ ପାଇଁ ପ୍ରସ୍ତୁତି କରୁଛି । ସେ ଜୋର ଦେଇ କହିଛନ୍ତି ଯେ, ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନର କାର୍ଯ୍ୟାନୁଷ୍ଠାନର ଜବାବରେ ସେନାର ଆଭିମୁଖ୍ୟ ପୂର୍ବଭଳି ରହିଛି । ଭାରତୀୟ ସେନା, ବାୟୁସେନା ଏବଂ ନୌସେନା ସହିତ ମିଶି ଭବିଷ୍ୟରେ ହେବାକୁ ଥିବା ସମ୍ଭାବ୍ୟ ସ୍ଥିତି ପାଇଁ ସକ୍ରିୟ ଭାବେ ପ୍ରସ୍ତୁତି ଚାଲିଛି ।
ସେ ଆହୁରି ମଧ୍ୟ କହିଛନ୍ତି, ଭାରତୀୟ ସେନାରେ ବ୍ୟବହାର ହେବ AI ଓ LLM ଜ୍ଞାନକୌଶଳ । ଭାରତୀୟ ସେନାମୁଖ୍ୟ ଜେନେରାଲ୍ ଉପେନ୍ଦ୍ର ଦ୍ୱିବେଦୀ କହିଛନ୍ତି, ଯେତେବେଳେ ଯୁଦ୍ଧକ୍ଷେତ୍ରର ପରିସ୍ଥିତି ଏବଂ ସମ୍ବଳ ନିୟନ୍ତ୍ରଣ ବାହାରକୁ ଚାଲିଯାଏ । ସେତେବେଳେ ସବୁ କିଛି ଏକାସଙ୍ଗେ ପରିଚାଳନା କରିବା ସମ୍ଭବ ନଥାଏ । ଏଭଳି ସ୍ଥିତିରେ ସେନାକୁ ସଠିକ୍ ଓ ଦ୍ରୁତ ନିଷ୍ପତ୍ତି ନେବାରେ AI ସବୁଠାରୁ ବଡ଼ ସାହାଯ୍ୟ କରିବ । ଜେନେରାଲ୍ ଦ୍ୱିବେଦୀ ସାମରିକ ରଣନୀତିର OODA ଚକ୍ର ଯଥା Observe-ଲକ୍ଷ୍ୟ କରିବା, Orient-ପରିସ୍ଥିତି ଅନୁଧ୍ୟାନ କରିବା, Decide-ନିଷ୍ପତ୍ତି ନେବା ଓ Act-କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ବିଷୟରେ ଆଲୋଚନା କରିଥିଲେ ।