ଆଜି IPL ଫାଇନାଲ୍ ମୁକାବିଲା

0

ଓଡ଼ିଆ ନ୍ୟୁଜ୍: ଆଜି ହାଇଭୋଲଟେଜ୍ IPL ଫାଇନାଲ୍ ମୁକାବିଲା। ବେଙ୍ଗଲୁରୁ ଓ ଗୁଜରାଟ ମଧ୍ୟରେ ଟାଇଟଲ ଲଢ଼େଇ।ଅହମ୍ମଦାବାଦରେ ହେବ ଫାଇନାଲ ଫାଇଟ୍। ଦ୍ବିତୀୟ ଟ୍ରଫି ଆଶାରେ ଉଭୟ ଟିମ୍। ଟାଇଟଲ ଲଢେଇରେ ସାମ୍ନା ସାମ୍ନି ହେବେ ଡିଫେଣ୍ଡିଂ ଚାମ୍ପିଅନ ବେଙ୍ଗାଲୁରୁ ଓ ୨୦୨୨ ସିଜନ ଚାମ୍ପିଅନ୍ ଗୁଜରାଟ । ଉଭୟ ଦଳ ଦ୍ୱିତୀୟ ଟାଇଟଲ ହାସଲ କରିବାକୁ ପ୍ରସ୍ତୁତ ରହିଛନ୍ତି । ଫଳରେ ଆଜିର ମ୍ୟାଚ ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା ଦେଖିବାକୁ ମିଳିବ।

ପ୍ରଥମ କ୍ୱାଲିଫାୟର ଜିତିବା ପରେ ବେଙ୍ଗାଲୁରୁ ଦଳ ଧର୍ମଶାଳାରୁ ସିଧା ଅହମ୍ମଦାବାଦରେ ପହଞ୍ଚି ଫାଇନାଲ୍ ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲା । ଗୁଜରାଟକୁ ଧର୍ମଶାଳାରୁ ଚଣ୍ଡୀଗଡ଼ ଆସି ଦ୍ୱିତୀୟ କ୍ୱାଲିଫାୟର ଖେଳିବାକୁ ପଡ଼ିଥିଲା । ଏହି ମ୍ୟାଚ ଜିତି ଗୁଜରାଟ ଫାଇନାଲ୍ ଟିକେଟ୍ ହାସଲ କରିବା ପରେ ନିଜ ଘରୋଇ ଭେନ୍ୟୁ ଅହମ୍ମଦାବାଦରେ ପହଞ୍ଚିଛି । ଯାତ୍ରା ବ୍ୟସ୍ତତା ମଧ୍ୟରେ ଅଭ୍ୟାସ କରିବା ପାଇଁ ଦଳକୁ ସମୟ ମିଳି ନାହିଁ । ଆଜି ଟସ ପୂର୍ବରୁ ଯାହା ଅଭ୍ୟାସ କରିବାକୁ ସମୟ ମିଳିବ।

ବେଙ୍ଗାଲୁରୁ ୧୫ଟି ଓ ଗୁଜରାଟ ୧୬ଟି ମ୍ୟାଚ ଖେଳି ସାରିଛନ୍ତି । ଉଭୟ ଦଳ ୩ଥର ସାମ୍ନା ସାମ୍ନି ହୋଇ ସାରିଛନ୍ତି । ପ୍ରଥମ ଲିଗ ମ୍ୟାଚରେ ବେଙ୍ଗାଲୁରୁ ୫ ୱିକେଟ୍‌ରେ ବିଜୟ ହାସଲ କରିଥିଲା । ଦ୍ୱିତୀୟ ଲିଗ୍‌ରେ ଗୁଜରାଓ ୪ ୱିକେଟ୍‌ରେ ଜିତିଥିଲା । ଏହାପରେ ଉଭୟ ଦଳ ପ୍ରଥମ କ୍ୱାଲିଫାୟରରେ ପରସ୍ପରକୁ ଭେଟିଥିଲେ । ବେଙ୍ଗାଲୁରୁ ୯୨ ରନ୍‌ରେ ଗୁଜରାଟକୁ ହରାଇ ଫାଇନାଲରେ ପହଞ୍ଚିଥିଲା । ଏଥର ଗୁଜରାଟ ପାଳି ।

Leave A Reply

Your email address will not be published.