ଓଡ଼ିଆ ନ୍ୟୁଜ୍: ଦିଲ୍ଲୀରେ ୪ ମହଲା ବିଲ୍ଡିଂ ଭୁଶୁଡ଼ିବା ଘଟଣାରେ ମୃତ୍ୟୁସଂଖ୍ୟା ୪କୁ ବୃଦ୍ଧି। ଦକ୍ଷିଣ ଦିଲ୍ଲୀ ସାକେତ ମେଟ୍ରୋ ଷ୍ଟେସନ ପାଖରେ ଭୁଶୁଡ଼ିଲା ବିଲ୍ଡିଂ। NDRF ଓ ଅଗ୍ନିଶମ ଟିମ୍ ଦ୍ବାରା ଉଦ୍ଧାର ଜାରି, ୧୦ରୁ ଊର୍ଦ୍ଧ୍ବ ଉଦ୍ଧାର।ସାକେତସ୍ଥିତ ସୈଦୁଲ୍ଲାଜାବରେ ଏକ ପାଞ୍ଚ ମହଲା କୋଠା ଭୂଶୁଡିପଡିଛି। ଫଳରେ ଧ୍ୱଂସ ସ୍ତୁପ ତଳେ ଅନେକ ଲୋକ ଦବି ରହିଥିବାର ଆଶଙ୍କା କରାଯାଉଛି। ସ୍ଥାନୀୟ ଲୋକେ ଯୁଦ୍ଧ କାଳୀନ ଭିତ୍ତିରେ ଉଦ୍ଧାର ଅଭିଯାନ ଚଳାଇଥିବା ବେଳେ ପୋଲିସ ଓ ବିପର୍ଯ୍ୟୟ ପ୍ରସମନ ବିଭାଗ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିଛନ୍ତି। ଏ ପର୍ଯ୍ୟନ୍ତ ହତାହତଙ୍କ ସଂଖ୍ୟା ପୁଷ୍ଟି ହୋଇ ନାହିଁ, ସେହିପରି ଧ୍ୱଂସସ୍ତୁପ ତଳୁ କେହି ଉଦ୍ଧାର ହେଲେଣି କି ନା ତାହା ମଧ୍ୟ ସ୍ପଷ୍ଟ ହୋଇ ପାରୁନାହିଁ।
ଏହି ଅଘଟଣା ସାକେତ ମେଟ୍ରୋ ଷ୍ଟେସନ ନିକଟରେ ଘଟିଛି। ଘର ଭୂଶୁଡିପଡିବା ନେଇ ଦମକଳ ବିଭାଗକୁ ସନ୍ଧ୍ୟା ୭ଟା ୪୪ ମିନିଟ୍ ରେ ସୂଚନା ମିଳିଥିଲା। ସୂଚନା ମିଳିବାମାତ୍ରେ ଘଟଣାସ୍ଥଳକୁ ୩ଟି ଦମକଳ ଗାଡ଼ି ପଠାଇ ଦିଆଯାଇଥିଲା। ପରେ ଆଉ ଏକ ଦମକଳ ପହଞ୍ଚିଥିବା ବେଳେ ଏକ ଲାଇଟ ଭ୍ୟାନ ମଧ୍ୟ ପହଞ୍ଚିଛି। ବିପର୍ଯ୍ୟୟ ପ୍ରସମନ କର୍ମଚାରୀଙ୍କ ସହ ମିଶି ସ୍ଥାନୀୟ ଲୋକେ ଉଦ୍ଧାର ଅଭିଯାନରେ ସହଯୋଗ କରୁଛନ୍ତି। ତେବେ ଦୀର୍ଘ ସମୟ ପରେ ମଧ୍ୟ ଭଙ୍ଗା ଘରତଳୁ ଜଣେ ବି ଉଦ୍ଧାର ହୋଇ ନାହାନ୍ତି। ହେଲେ ଉଦ୍ଧାର ଅଭିଯାନ ଜାରି ରହିଛି।