CBSE ପୁନଃମୂଲ୍ୟାୟନ ପୋର୍ଟାଲ୍ ଖୋଲିଲା

0

ଓଡ଼ିଆ ନ୍ୟୁଜ୍: CBSE ଦ୍ୱାଦଶ ମାର୍କ ଯାଞ୍ଚ ଓ ପୁନଃମୂଲ୍ୟାୟନ ପୋର୍ଟାଲ୍ ଖୋଲିଲା। ଯାଞ୍ଚ ଓ ପୁନଃମୂଲ୍ୟାୟନ ପୋର୍ଟାଲରେ ଆରମ୍ଭ ହେଲା ଲାଇଭ୍। CBSE ମୁଖ୍ୟାଳୟ ପକ୍ଷରୁ ‘ଏକ୍ସ’ରେ ଦିଆଗଲା ଜରୁରୀ ସୂଚନା। ଯାଞ୍ଚ ଓ ପୁନଃମୂଲ୍ୟାୟନ ଆବେଦନ ନେଇ ଭିଡିଓ ଜାରି। ଭିଡିଓକୁ ଧ୍ୟାନପୂର୍ବକ ପର୍ଯ୍ୟାୟକ୍ରମେ ଦେଖିବାକୁ ନିର୍ଦ୍ଦେଶାବଳୀ।

ଗତକାଲିଠୁ ପୋର୍ଟାଲ୍ ଖୋଲିବାକୁ ଘୋଷଣା ହୋଇଥିଲେ ମଧ୍ୟ କିଛି ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା । ତେବେ କାଲି ବିଳମ୍ବିତ ରାତିରେ ଏହାକୁ ଲାଇଭ୍ କରାଯାଇଛି । ଯେଉଁ ପରୀକ୍ଷାର୍ଥୀ ନିଜର ମୂଲ୍ୟାଙ୍କିତ ଉତ୍ତର ଖାତାର ସ୍କାନ୍ କପି ପାଇସାରିଛନ୍ତି, ସେମାନେ CBSE ର ଅଫିସିଆଲ୍ ପୋଷ୍ଟ-ରେଜଲ୍ଟ ପୋର୍ଟାଲ୍ ଜରିଆରେ Re-evaluation ପାଇଁ ଆପ୍ଲାଇ କରିପାରିବେ । ବୋର୍ଡ ପକ୍ଷରୁ- ‘X’ ରେ ଦିଆଯାଇଥିବା ସୂଚନା ଅନୁସାରେ ଏହି ପ୍ରକ୍ରିୟା postresult.cbseit.in/pvr/ ୱେବସାଇଟରେ ଉପଲବ୍ଧ ଅଛି । ଛାତ୍ରଛାତ୍ରୀ ନିଜର ଆଇଡି-ପାସୱାର୍ଡ ଦେଇ ଲଗ୍-ଇନ୍ କରିପାରିବେ । ଯେଉଁ ନିର୍ଦ୍ଦିଷ୍ଟ ପ୍ରଶ୍ନ ବା ବିଷୟକୁ ଚ୍ୟାଲେଞ୍ଜ କରିବାକୁ ଚାହୁଁଛନ୍ତି, ତାହା ବାଛି ନିର୍ଦ୍ଧାରିତ ଫିସ୍ ଅନଲାଇନରେ ଜମା କରିପାରିବେ। କେବଳ ୨୦୨୬ ବୋର୍ଡ ପରୀକ୍ଷା ଦେଇଥିବା ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀ ଖାତା ଯାଞ୍ଚ କରିପାରିବେ। ଆବେଦନ କେବଳ ଅନଲାଇନ୍ ମୋଡରେ ହିଁ ଗ୍ରହଣ କରାଯିବ ।

Leave A Reply

Your email address will not be published.