ନିଲମ୍ୱିତ ଆଇଆଇସିଙ୍କ ନାଁରେ ମାମଲା

0

ଓଡ଼ିଆ ନ୍ୟୁଜ୍: ତାଳଚୁଆ ଥାନାର ନିଲମ୍ୱିତ ଆଇଆଇସିଙ୍କ ନାଁରେ ମାମଲା। ଆଇଆଇସି ସନ୍ଧ୍ୟାରାଣୀ ଜେନାଙ୍କ ନାଁରେ ମାମଲା ରୁଜୁ କଲା ପୋଲିସ୍। ମାଆପୁଅଙ୍କ ଉପରେ ଥାର୍ଡ ଡିଗ୍ରୀ ଅଭିଯୋଗ ଘଟଣାରେ କାର୍ଯ୍ୟାନୁଷ୍ଠାନ।

ରାଜନଗର ଥାନାରେ ମାଆ ଓ ପୁଅଙ୍କୁ ଥାର୍ଡ ଡିଗ୍ରୀ ଦେବା ଘଟଣାରେ ବଢ଼ିଲା ସନ୍ଧ୍ୟାରାଣୀ ଜେନାଙ୍କ ଅଡ଼ୁଆ । ନିଲମ୍ବିତ ଆଇଆଇସି ସନ୍ଧ୍ୟାରାଣୀ ଜେନାଙ୍କ ନାଁରେ ମାମଲା ରୁଜୁ । ତାଳଚୁଆ ସାମୁଦ୍ରିକ ଥାନାରେ ମାମଲା ରୁଜୁ କରାଯାଇଛି । ତାଙ୍କ ବିରୁଦ୍ଧରେ ବିଏନଏସ ଦଫାରେ ଅନେକ ସଙ୍ଗୀନ ମାମଲା ରୁଜୁ ହୋଇଥିବା ଜଣାପଡିଛି । ଗତ ମେ ମାସ ୨୭ ତାରିଖରେ ପୋଲିସ ଡିଜି ୱାଇ ବି ଖୁରାନିଆ ସନ୍ଧ୍ୟାରଣୀ ଜେନାଙ୍କୁ ନିଲମ୍ବିତ କରିବା ସହ ବିଭାଗୀୟ ପ୍ରୋସିଡିଙ୍ଗ ପାଇଁ ନିର୍ଦେଶ ଦେଇଥିଲେ ।

ମେ ୨୫ ତାରିଖରେ କେରୁଆଁପାଳ ପଂଚାୟତ ଗିରିଆପାହୀ ଗାଁର ଅନ୍ନପୂର୍ଣ୍ଣା ମଣ୍ଡଳ ଓ ତାଙ୍କ ପୁଅ ଅନନ୍ତ କୁମାର ମଣ୍ଡଳ ପାରିବାରିକ କଳହକୁ ନେଇ ଥାନାକୁ ଅଭିଯୋଗ କରିବାକୁ ଯାଇଥିଲେ । ଥାନା ଅଧିକାରିଣୀ ସନ୍ଧ୍ୟାରାଣୀ ଜେନା ଏତଲା ନରଖି ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ତାଙ୍କ ଉପରେ ହୋଇଥିବା ନିର୍ଯ୍ୟାତନାର ଲିଖିତ ଅଭିଯୋଗ ପଟ୍ଟାମୁଣ୍ଡାଇ SDPOଙ୍କ ନିକଟରେ କରିଥିଲେ ।

Leave A Reply

Your email address will not be published.