ଓଡ଼ିଆ ନ୍ୟୁଜ୍: ଓଡ଼ିଶା ଅପପୁଷ୍ଟି ଲଢେଇରେ ଆଉ ଏକ ବଡ଼ ପଦକ୍ଷେପ।ଅଣ୍ଡରୱେଟ ଶିଶୁଙ୍କ ଜଳଖିଆ ଖର୍ଚ୍ଚକୁ ବୃଦ୍ଧି କଲେ ରାଜ୍ୟ ସରକାର। ଜଳଖିଆ ଖର୍ଚ୍ଚ ୮ରୁ ୧୨ ଟଙ୍କାକୁ ବୃଦ୍ଧି ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ। ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୃଷ୍ଟି ଯୋଜନାର ୬ ଟଙ୍କାକୁ ମିଶାଇ ୧୮ ଟଙ୍କା ଦିଆଯିବ।ରାଜ୍ୟରେ ୩୫ ହଜାର ଶିଶୁ ସିଭିଅର ଅଣ୍ଡରରେଟ ଅଛନ୍ତି’। ଶିଶୁର ପ୍ରଥମ ୧୦୦୦ ଦିନ ପୋଷଣ ଆଧାରିତ ଡିଜିଟାଲ ବୁକଲେଟ୍ ଉନ୍ମୋଚନ। ଏହା ଓଡ଼ିଶାକୁ ୨୦୩୬ ସୁଦ୍ଧା ପୋଷଣ ଯୁକ୍ତ କରିବାରେ ସହାୟକ ହେବ।
ଅଣ୍ଡରୱେଟ ଶିଶୁଙ୍କ ଜଳଖିଆ ବାବଦ ଖର୍ଚ୍ଚକୁ ବୃଦ୍ଧି କଲେ ରାଜ୍ୟ ସରକାର। ଜଳଖିଆ ଖର୍ଚ୍ଚ ୮ରୁ ବଢ଼ି ୧୨ ଟଙ୍କା କରାଯାଇଛି। ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୃଷ୍ଟି ଯୋଜନାରେ ଏଣିକି ଦୈନିକି ସେମାନଙ୍କୁ ୧୮ ଟଙ୍କାର ଖାଦ୍ୟ ମିଳିବ । ରାଜ୍ୟରେ ୩୫ହଜାର ଶିଶୁ ସିଭିଅର ଅଣ୍ଡରୱେଟ୍ ଅଛନ୍ତି । ଏ ବାବଦରେ ୧୨୬ କୋଟି ୮୩ ଲକ୍ଷ ଟଙ୍କା ନିଜସ୍ୱ ପାଣ୍ଠିରୁ ବହନ କରିବେ ସରକାର । ଯେଉଁମାନେ ଅଙ୍ଗନବାଡ଼ିରେ ଅଛନ୍ତି, ତାଙ୍କୁ ଟଙ୍କେ ୨୪ ପଇସା ଦିଆଯାଉଥିଲା ଏବେ ସେମାନଙ୍କୁ ୩ ଟଙ୍କା ୫୬ ପଇସା ଦିଆଯିବ । ଏହା ସହ ଶିଶୁ ଜୀବନର ପ୍ରଥମ ୧୦୦୦ ଦିନ ପୋଷଣ ଉପରେ ଆଧାରିତ ଡିଜିଟାଲ ବୁକଲେଟ୍ ଉନ୍ମୋଚନ କରଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ଯେଉଁଥିରେ ମାଆ ପେଟରେ ୨୭୦ ଦିନ ଏବଂ ଜନ୍ମରୁ ଦୁଇ ବର୍ଷ ପର୍ଯ୍ୟନ୍ତ ପୋଷଣର ପୂରା ତଥ୍ୟ ରହିଛି ।
ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି ମାଆ ମାନେ ଏହି ବୁକଲେଟ ଜରିଆରେ ସଚେତନ ହେଲେ ପ୍ରସବ ଜନିତ ସମସ୍ୟା ହଟିବ। ଯାହାଦ୍ୱାରା ଓଡିଶାକୁ 2036 ସୁଦ୍ଧା ପୋଷଣ ମୁକ୍ତ କରିବାରେ ସହାୟକ ହେବ। ଅପପୁଷ୍ଟି ମୁକ୍ତ ଓଡିଶା ଗଠନ ପାଇଁ ବିଭାଗ ମିଶନ ମୋଡରେ କାମ କରୁଛି। ତାଙ୍କୁ ଚିହ୍ନିବା, ଚିକିତ୍ସା କରାଇବାରେ ବିଭାଗର ସକ୍ରିୟତାକୁ ଧନ୍ୟବାଦ ଜଣାଇଛନ୍ତି ଉପ ମୁଖ୍ୟମନ୍ତ୍ରୀ।