ଓଡ଼ିଆ ନ୍ୟୁଜ୍: ପୁଣି ବସ୍ ଭଡ଼ା ବଢ଼ାଇଲେ ରାଜ୍ୟ ସରକାର।ସାଧାରଣ ଓ ଏକ୍ସପ୍ରେସ୍ରେ କିମି ପିଛା ୨ ପଇସା ବୃଦ୍ଧି।ସାଧାରଣ ବସ୍ କିମି ପିଛିା ୯୦ ବଦଳରେ ୯୨ ପଇସା। ଏକ୍ସପ୍ରେସ୍ ଭଡ଼ା କିମି ପିଛି ୯୬ ପାଇସାକୁ ବଢ଼ିଲା। ସରକାରଙ୍କୁ ୧୦ ଦିନର ଡେ୍ଳଲାଇନ୍ ଦେଇଥିଲେ ବସ୍ ମାଲିକ ସଂଘ।
AC ଡିଲକ୍ସ ବସ୍ ଭଡ଼ା ୧ଟଙ୍କା ୫୯ପଇସାରୁ ବଢ଼ି ୧ଟଙ୍କା ୬୩ ପଇସା ହୋଇଛି । ସୁପର ଡିଲକ୍ସ ବସ ଭଡ଼ା ୨ଟଙ୍କା ୪୭ ପଇସାରୁ ବଢ଼ି ୨ଟଙ୍କା ୫୩ ପଇସା ହୋଇଛି । ତେଲ ଦର ବୃଦ୍ଧିକୁ ଦୃଷ୍ଟିରେ ରଖି ଦ୍ବିତୀୟ ଥର ପାଇଁ ରାଜ୍ୟରେ ବସ୍ ଭଡ଼ା ବଢ଼ାଇଛନ୍ତି ସରକାର। ଦୁଇ ଦିନ ତଳେ ଭଡ଼ା ବୃଦ୍ଧି ପାଇଁ ଦାବି କରିଥିଲେ ଘରୋଇ ବସ୍ ମାଲିକ ସଂଘ। ଭଡ଼ା ବୃଦ୍ଧି ନକଲେ ୧୧ରୁ ବସ ବନ୍ଦ କରିବାକୁ ଚେତାବନୀ ଦେଇଥିଲେ।
ତୈଳ ଦର ବୃଦ୍ଧି ପାଇବା ପରେ ହିଁ ୨୪ ଘଣ୍ଟା ଭିତରେ ରାଜ୍ୟରେ ଘରୋଇ ବସ୍ ଭଡ଼ା ବୃଦ୍ଧି ପାଇଥିଲା। ଏବେ ପୁଣି ଆଉ ଥରେ ବୃଦ୍ଧି ପାଇବା ପରେ ଯାତ୍ରୀଙ୍କ ପକେଟକୁ ଝଟକା ଲାଗିବ।