ସୌମ୍ୟ ରଞ୍ଜନ ହତ୍ୟା ମାମଲା, NHRC ଟିମର ତଦନ୍ତ

0

ଓଡ଼ିଆ ନ୍ୟୁଜ୍: ବାଲିଅନ୍ତା ସୌମ୍ୟ ରଞ୍ଜନ ହତ୍ୟା ମାମଲା । ସରଜମିନ ତଦନ୍ତ କରୁଛନ୍ତି NHRC ଟିମ୍ । ହତ୍ୟା ଘଟଣା ସ୍ଥଳରେ ସମସ୍ତ ତଥ୍ୟ ହାସଲ ପରେ ସୌମ୍ୟଙ୍କ ଅଡସପୂର୍ ଜିମ ସହ ମଉଜପୁର ଘରେ ପହଞ୍ଚି ତଥ୍ୟ ଯାଞ୍ଚ କରୁଛନ୍ତି।ଏହି ଟିମ୍ ଓଡ଼ିଶା କ୍ରାଇମ୍ ବ୍ରାଞ୍ଚର ତଦନ୍ତକାରୀ ଅଧିକାରୀଙ୍କ ଠାରୁ ମାମଲା ସମ୍ପର୍କିତ ତଥ୍ୟ ସଂଗ୍ରହ କରିଛନ୍ତି। ଏହା ସହିତ ସୌମ୍ୟଙ୍କ ପରିବାରକୁ ମଧ୍ୟ ଭେଟିଛନ୍ତି। ସେପଟେ ଘଟଣାରେ ଆଉ ଜଣେ ଅଭିଯୁକ୍ତକୁ ଗିରଫ କରିଛି କ୍ରାଇମ୍ ବ୍ରାଞ୍ଚ। ଅଭିଯୁକ୍ତ ଦୀପୁ ଓରଫ ପ୍ରଦୀପ ମଙ୍ଗରାଜକୁ ଢେଙ୍କାନାଳରୁ ଗିରଫ କରାଯାଇଥିବା ବେଳେ ମୋଟ ଗିରଫଦାରୀ ସଂଖ୍ୟା ୧୮ରେ ପହଞ୍ଚିଛି।

ସୂଚନାଥାଉକି, ସୌମ୍ୟ ହତ୍ୟା ଘଟଣାରେ NHRC ଟିମ୍ ଗୋଟିଏ ଦିନରେ ୪ ସ୍ଥାନରେ ଛାନଭିନ କରିଛି। ମଙ୍ଗଳବାର ସକାଳେ ଷ୍ଟେଟ୍ ଗେଷ୍ଟ ହାଉସରେ ADGଙ୍କ ଅଧୀନରେ କାର୍ଯ୍ୟ କରୁଥିବା ଜଣେ DSPଙ୍କ ସମେତ ୭ଜଣଙ୍କୁ ପଚରା ଉଚରା କରିଛନ୍ତି ଟିମ୍ । ଏହି ୭ଜଣଙ୍କ ଭିତରେ ADGଙ୍କ ଘରେ ନିୟୋଜିତ କନଷ୍ଟେବଲ, ୨ଜଣ PSO, ଡ୍ରାଇଭର ଅଛନ୍ତି। ପରେ ଅପରାହ୍ଣରେ କ୍ରାଇମ ସ୍ପଟକୁ ଯାଇ, କେଉଁ ପରିସ୍ଥିତିରେ ସୌମ୍ୟଙ୍କ ହତ୍ୟା ହେଲା ତାହା ଜାଣିବାକୁ ଚାହିଁଥିଲେ। ସେଠାରେ ଥିଲେ ବାଲିଅନ୍ତାର ତତ୍କାଳୀନ ପୋଲିସ ଅଧିକାରୀ ଅନୀଲ ପରିଡ଼ା। ଏନଏଚଆରସି ସଦସ୍ୟ ତାଙ୍କୁ ପଚରାଉଚରା କରିଥିଲେ। ଆଉ ପୂର୍ବତନ ଆଇଆଇସି ମିଡିଆକୁ କିଛି କହିବାକୁ କିନ୍ତୁ ମନା କରିଥିଲେ।

Leave A Reply

Your email address will not be published.