ଓଡ଼ିଆ ନ୍ୟୁଜ୍: ଉନ୍ନତ କ୍ଷେପଣାସ୍ତ୍ର ପ୍ରଯୁକ୍ତିବିଦ୍ୟାରେ ଆଉ ଏକ ମାଇଲଖୁଣ୍ଟ। ଚାନ୍ଦିପୁର ITRରୁ RudraM-IIର ସଫଳ ପରୀକ୍ଷଣ। ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ କ୍ଷେପଣାସ୍ତ୍ର RudraM-II। DRDO ଓ ଭାରତୀୟ ବାୟୁସେନା ପକ୍ଷରୁ ମିଳିତ ପରୀକ୍ଷଣ। ଆକାଶରୁ ପୃଷ୍ଠ କ୍ଷେପଣାସ୍ତ୍ରର ସଫଳ ଉଡ଼ାଣ ପରୀକ୍ଷଣ। ୩୦୦ କିମି ଦୂରରୁ ଲକ୍ଷ୍ୟଭେଦ କରିପାରିବ RudraM-II। ୨୦୦ କେଜିର ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରଖିଛି।
DRDO ଏବଂ ଭାରତୀୟ ବାୟୁସେନା ମିଳିତ ଭାବେ ଆକାଶରୁ ସ୍ଥଳଭାଗକୁ ନିକ୍ଷେପ କରାଯାଇପାରୁଥିବା ଅତ୍ୟାଧୁନିକ ‘ରୁଦ୍ରମ୍-2 ମିସାଇଲର ସଫଳ ପରୀକ୍ଷଣ କରିଛନ୍ତି । ଏହି ପରୀକ୍ଷଣ ମାଧ୍ୟମରେ ମିସାଇଲର ପ୍ରାୟ ୩୦୦ କିଲୋମିଟର ପର୍ଯ୍ୟନ୍ତ ଶତ୍ରୁକୁ ଆଘାତ କରିବାର କ୍ଷମତା ରହିଛି । ଓଡ଼ିଶା ଉପକୂଳରେ ବାୟୁସେନାର ସୁଖୋଇ-୩୦ ଏମକେଆଇରୁ ଏହି ମିସାଇଲକୁ ଲଞ୍ଚ କରାଯାଇଥିଲା । ପ୍ରତିରକ୍ଷା ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ରୁଦ୍ରମ୍-2 ନିର୍ଦ୍ଧାରିତ ପଥରେ ଗତି କରି ଶତ୍ରୁର ଲକ୍ଷ୍ୟସ୍ଥଳକୁ ସଠିକତାର ସହ ଧ୍ୱଂସ କରିଛି । ଚାନ୍ଦିପୁରସ୍ଥିତ ଇଣ୍ଟିଗ୍ରେଟେଡ୍ ଟେଷ୍ଟ ରେଞ୍ଜ ରୁ ମିଳିଥିବା ଡାଟା ଅନୁସାରେ ଏହି ପରୀକ୍ଷଣର ସମସ୍ତ ଉଦ୍ଦେଶ୍ୟ ସଫଳତାର ସହ ପୂରଣ ହୋଇଛି।
ରୁଦ୍ରମ୍-2 ହେଉଛି ଏକ ନେକ୍ସଟ୍-ଜେନେରେସନ୍ ଆଣ୍ଟି-ରେଡିଏସନ୍ ମିସାଇଲ୍। ଯାହା ବିଶେଷ କରି ଶତ୍ରୁର ଏୟାର ଡିଫେନ୍ସ ସିଷ୍ଟମ ଏବଂ ରାଡାରକୁ ନଷ୍ଟ କରିବା ପାଇଁ ପ୍ରସ୍ତୁତ କରାଯାଇଛି । ଏହା ପୂର୍ବରୁ ଥିବା ରୁଦ୍ରମ୍-1ର ଏକ ବଡ଼ ଅପଗ୍ରେଡ୍ ସଂସ୍କରଣ । ରୁଦ୍ରମ୍-2ର ଟାର୍ଗେଟ କ୍ଷମତା ପ୍ରାୟ ୩୦୦ କିଲୋମିଟର ଦୂରତା।