ଓଡ଼ିଆ ନ୍ୟୁଜ୍: ଓଡ଼ିଶାରେ ବଲିଉଡ୍ କୁଇନ ତଥା ସାଂସଦ କଙ୍ଗନା ରଣାୱତ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଦେଖିଲେ ଫିଲ୍ମ । ଉତ୍କଳ କନିକା ଗ୍ୟାଲେରିଆରେ ନିଜ ଅଭିନୀତ ‘ଭାରତ ଭାଗ୍ୟ ବିଧାତା’ର ସ୍ପେସାଲ ପ୍ରିମିୟର ସୋ ଦେଖିଲେ କଙ୍ଗନା । ଆଜି ଭୁବନେଶ୍ବରରେ ପହଞ୍ଚିବା ପରେ ଏୟାରପୋର୍ଟରେ ବୃକ୍ଷ ରୋପଣ କରି ଏକ ପେଡ୍ ମା’ କେ ନାମ୍ ଅଭିଯାନରେ ସାମିଲ ହୋଇଥିଲେ । କଙ୍ଗନାଙ୍କୁ ଦେଖିବାକୁ ଫ୍ୟାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା ।
ପ୍ରେକ୍ଷାଳୟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ସାଂସଦ ତଥା ବଲିଉଡ୍ କୁଇନ୍ କଙ୍ଗନା ରଣାୱତ । ନିଜ ଅଭିନୀତ ଫିଲ୍ମ ‘ଭାରତ ଭାଗ୍ୟ ବିଧାତା’ର ସ୍ପେସାଲ ପ୍ରିମିୟର ସୋ ଦେଖିଲେ କଙ୍ଗନା । ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ବେଳେ ମୁମ୍ବାଇର କାମା ଆଣ୍ଡ ଅଲବ୍ଲେସ୍ ହସ୍ପିଟାଲାରେ ସ୍ବାସ୍ଥ୍ୟକର୍ମୀମାନେ କିଭଳି ଜୀବନକୁ ବାଜି ଲଗାଇ ୪୦୦ ରୋଗୀଙ୍କ ଜୀବନ ରକ୍ଷା କରିଥିଲେ ତାକୁ ନେଇ ଏହି ଫିଲ୍ମର କାହାଣୀ । ଫିଲ୍ମରେ ଜଣେ ସାହସୀ ନର୍ସଙ୍କ ଭୂମିକାରେ ଅଭିନୟ କରିଛନ୍ତି କଙ୍ଗନା । ଯିଏକି ମୃତ୍ୟୁର ଭୟ ସତ୍ତ୍ବେ ସ୍ବାସ୍ଥ୍ୟକର୍ମୀମାନଙ୍କ ନେତୃତ୍ବ ନେଇଥିଲେ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ନିଜର ଫିଲ୍ମ ଦେଖିଲେ କଙ୍ଗନା । ଆଉ ମୁଖ୍ୟମନ୍ତ୍ରୀ ସମୟ ଦେଇଥିବାରୁ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି କଙ୍ଗନା । ଆସନ୍ତା ୧୨ ତାରିଖରେ ଫିଲ୍ମ ରିଲିଜ ହେବ ।