ଅଦିନିଆ ରଥଯାତ୍ରା, ପ୍ରଧାନମନ୍ତ୍ରୀଙ୍କୁ କରାଯିବ ଅବଗତ

0

ଓଡ଼ିଆ ନ୍ୟୁଜ୍: ଅଦିନିଆ ରଥଯାତ୍ରାକୁ ନେଇ ଗଜପତି ମହାରାଜାଙ୍କ କ୍ଷୋଭ ପ୍ରକାଶ। ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ କ୍ଷୋଭ ପ୍ରକାଶ କଲେ ଗଜପତି।ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ ସୂଚନା।ଦେଶ ଭିତରେ ଅଦିନରେ ସ୍ନାନଯାତ୍ରା ଓ ରଥଯାତ୍ରା ହେଉଥିବା ଆଉ ନଜରକୁ ଆସୁନି।କିନ୍ତୁ ଭାରତ ବାହାରେ ନିୟମ ମାନୁନାହାନ୍ତି, ଅଦିନରେ ନୀତିକାନ୍ତି କରୁଛନ୍ତି।ଏହାକୁ ନେଇ ଆମେ ପ୍ରଥମେ ରାଜ୍ୟ ସରକାରଙ୍କୁ, ପରେ କେନ୍ଦ୍ରକୁ ଜଣାଇବୁ।ନିଳାଦ୍ରୀ ବିଜେ ପରେ ପରିଚାଳନା କମିଟିର ଏକ ପ୍ରତିନିଧି ଦଳ ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ।ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ କିମ୍ବା ଅନ୍ୟ ନୀତି ନିର୍ଦ୍ଧାରକଙ୍କୁ ଭେଟିବେ।ଏନେଇ ସେମାନଙ୍କୁ ଅବଗତ କରିବା ପରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ସ୍ଥିର ହେବ।ଆଗକୁ ସ୍ନାନଯାତ୍ରା ଓ ଘୋଷଯାତ୍ରା ଥିବାରୁ ଗଣତି ପ୍ରକ୍ରିୟା ସ୍ଥଗିତ ରଖାଯିବ।

ପୁରୁଣା ଆଲାମିରାକୁ ବାହାରକୁ ଅଣାଯିବ। ନୀଳାଦ୍ରି ବିଜେ ପରେ ପୁର୍ନବାର ହେବ ଅଳଙ୍କାର ଗଣତିମଣତି। ଆକାରରେ ବଡ ଥିବା ଅଳଙ୍କାର ଖଟଶେଜ ଘରେ ଗଣତି କରାଯାଇ ଫଟୋଗ୍ରାଫି ,ଭିଡ଼ିଓଗ୍ରାଫି ଓ 3D ମ୍ୟାପିଂ ହେବ । ପୁର୍ନବାର ଭିତର ରତ୍ନଭଣ୍ଡାରକୁ ଯିବ। ସେହିପରି ଜମିଜମା ସମସ୍ୟା ନେଇ ପରିଚାଳନା କମିଟି ରାଜ୍ୟ ସରକାରଙ୍କୁ ନିୟମ ପ୍ରଣୟନ ପାଇଁ ଅନୁରୋଧ କରିଛି। ନରେନ୍ଦ୍ର ପୁଷ୍କରିଣୀରେ ସ୍ଥାୟୀ ଭାବେ ସୂଚନା କେନ୍ଦ୍ର ଓ ଅଭ୍ୟର୍ଥନା ପ୍ରକୋଷ୍ଠ ହେବ। ଇସ୍କନର ଅଦିନିଆ ରଥଯାତ୍ରାକୁ ନେଇ ବୈଠକରେ ଗଜପତି ମହାରାଜା ଦିବ୍ୟସିଂ ଦେବ କ୍ଷୋଭ ପ୍ରକାଶ କରିଛନ୍ତି । ଶ୍ରୀମନ୍ଦିର ଆଇନର ସଂଶୋଧନ ପାଇଁ ଅନୁରୋଧ କରାଯାଇଛି।

 

Leave A Reply

Your email address will not be published.