ଓଡ଼ିଆ ନ୍ୟୁଜ୍: ତାତିରୁ ଆଶ୍ବସ୍ତି; ଭୁବନେଶ୍ବରରେ କୁଆପଥର ବର୍ଷା। ଆକାଶରେ କଳାହାଣ୍ଡିଆ ମେଘ ସହ କିଛି ସ୍ଥାନରେ ବର୍ଷା।ହଠାତ୍ ଆସି ଭାଙ୍ଗିଲା। ଅନ୍ଧାର ହୋଇଗଲା ରାଜଧାନୀ ଭୁବନେଶ୍ୱର। ପ୍ରବଳ ବର୍ଷା ସାଙ୍ଗକୁ ପବନ। ଭାଙ୍ଗିଲା ଗଛ। ଚାପି ହୋଇଗଲା ଗାଡ଼ି।ଏପିରିକି ରାଜଧାନୀରେ ୪୦ ରୁ ୫୦ କିମି ବେଗରେ ପବନ ବହୁଥିବାର ଅନୁମାନ କରାଯାଉଛି ।
ଗୋଟିଏ ପଟେ ମୌସୁମୀ କେରଳମ୍ ଛୁଇଁ ସାରିଲାଣି । ଏବେ ଗୋଆ ଛୁଇଁଛି ଦକ୍ଷିଣ ମୌସୁମୀ ବାୟୁ । ତାପରେ ବି ରାଜ୍ୟରେ ତାତିରୁ ମିଳିନଥିଲା ଆଶ୍ୱସ୍ତି । ଦିନକୁ ଦିନ ପାରଦ ହେଉଥିଲା ଉପରମୁହାଁ । ଏମିତିକି ଓଡ଼ିଶାର କିଛି ସ୍ଥାନରେ ୪୫ ଡିଗ୍ରୀ ଟପିଥିଲା ତାପମାତ୍ରା । ଏହିକ୍ରମରେ ଶନିବାର ଦିନ ମଧ୍ୟ ପାରଦ ଉପରମୁହାଁ ଥିଲା । ସକାଳ ସମୟରେ ଘରୁ ବାହାରିବା ବେଶ୍ ମୁସ୍କିଲ ଥିଲା । ହେଲେ ଶନିବାର ମଧ୍ୟାହ୍ନ ସମୟରେ ହଠାତ୍ ପାଗରେ ଆସିଲା ପରିବର୍ତ୍ତନ । କାଳବୈଶାଖୀ ପ୍ରଭାବରେ ରାଜଧାନୀରେ ପ୍ରବଳ ବର୍ଷା ସହ ଘଡ଼ଘଡ଼ି ହୋଇଥିଲା । ସ୍ଥାନେ ସ୍ଥାନରେ କୁଆପଥର ବର୍ଷା ମଧ୍ୟ ହୋଇଛି । ଏହାସହିତ ୪୦ରୁ ୫୦ କିମି ବେଗରେ ପବନ ବହୁଥିଲା । ଯାହାଫଳରେ ଲୋକଙ୍କୁ ଯିବାଆସିବାରେ ଅସୁବିଧା ହେବାକୁ ପଡିଥିଲା ।
ତେବେ କାଳବୈଶାଖୀ ବର୍ଷା ଲାଗି ଗରମ ଓ ଗୁଳିଗୁଳିରୁ ସାମାନ୍ୟ ଆସ୍ୱସ୍ତି ମିଳିଛି । ସେପଟେ ପବନର ବେଗ ଖୁବ ଅଧିକ ଥିବାରୁ ରାଜଧାନୀର କିଛି ସ୍ଥାନରେ ଗଛ ପଡିଥିବାର ନଜିର ରହିଛି । ଜୟଦେବ ବିହାର ଛକରେ ପ୍ରବଳ ପବନ ଲାଗି ଏକ ଗଛରେ ରାସ୍ତାରେ ପଡିଯାଇଛି । ଯାହାଫଳରେ ଗଛ ତଳେ ୧୦ରୁ ଅଧିକ ଗାଡ଼ି ଚାପି ହୋଇ ରହିଥିବା ସୂଚନା ମିଳିଛି । ଗଛ ପଡିବାରୁ ଟ୍ରାଫିକ ବ୍ୟବସ୍ଥା ବେହାଲ ହୋଇଯାଇଛି ।