ଯନ୍ତ୍ରୀଙ୍କ ଲକର୍‌ରୁ ମିଳିଲା ୨ କୋଟି ଟଙ୍କା

0

ଓଡ଼ିଆ ନ୍ୟୁଜ୍: କୁବେର ITDA ଯନ୍ତ୍ରୀଙ୍କ ଲକର୍‌ରୁ ମିଳିଲା ୨ କୋଟି ଟଙ୍କା। ITDA ବାଲିଗୁଡ଼ା AEE ବୈକୁଣ୍ଠନାଥ ବେହେରାଙ୍କ ଲକରରୁ ମିଳିଲା। ଭିଜିଲାନ୍ସ ରେଡ୍‌ ବେଳେ ବାବୁଙ୍କ ଲକର୍‌ରୁ ଠାବ ହେଲା ବିଡ଼ା ବିଡ଼ା ଟଙ୍କା। ଯନ୍ତ୍ରୀଙ୍କର ୫ଟି ବହୁତଳ କୋଠା ସହ ୧୩ଟି ଦାମୀ ପ୍ଲଟ୍‌ର ମିଳିଛି ସନ୍ଧାନ।

ବ୍ୟାଙ୍କର ଟଙ୍କାଗଣା ମେସିନରେ ଟଙ୍କା ଗଣତି କରାଯାଉଛି। ଦୁଇଟି ଲକର ପତ୍ନୀଙ୍କ ନାମରେ ଥିବା ସୂଚନା ମିଳିଛି। ସେହିପରି ଚନ୍ଦ୍ରଶେଖପୁର ଏକ ବ୍ୟାଙ୍କ ଲକରରୁ ଠାବ ହୋଇଛି ସାଢ଼େ ୩୦୦ ଗ୍ରାମ ସୁନା। ଆଜି ଭିଜିଲାନ୍ସ ITDA ବାଲିଗୁଡ଼ା AEE ବୈକୁଣ୍ଠନାଥ ବେହେରାଙ୍କ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ୯ଟି ସ୍ଥାନରେ ରେଡ୍ କରିଥିଲା। ଏତିକିବେଳେ ମାଳ ମାଳ ପ୍ଲଟ୍, ଆଲିସାନ୍ ଘର, ସୁନା ଗହଣା ସହ ବିପୁଳ ସମ୍ପତ୍ତି ଠାବ କରିଛି।

 

 

Leave A Reply

Your email address will not be published.