ଓଡ଼ିଆ ନ୍ୟୁଜ୍: ରାସ୍ତାକଡ଼ ଘରକୁ ଧକ୍କା ଦେଲା ବୋଲେରୋ; ୮ ଆହତ। ଭୋର୍ ସମୟରେ ମଥୁରା ଗାଁରେ ଦୁର୍ଘଟଣା।ବୋଲେରୋରେ ଥିବା ୫ ମହିଳାଙ୍କ ସମେତ ୮ ଯାତ୍ରୀ ଆହତ।ପୁରୀରୁ ଜଗା ଦର୍ଶନ ସାରି ବୁଗୁଡ଼ା ଜାଲଖାଇ ଗାଁକୁ ଫେରୁଥିଲେ।
ଖବର ଅନୁଯାୟୀ, ଶନିବାର ଭୋରରୁ ଗୋଟିଏ ବୋଲେରୋ ରାସ୍ତା କଡରେ ଥିବା ଏକ ଘରକୁ ଦ୍ରୁତଗତିରେ ଆସି ଧକ୍କା ଦେଇଥିଲା l ଦୁର୍ଘଟଣାରେ ବୋଲେରୋରେ ବସିଥିବା ସମସ୍ତ ଯାତ୍ରୀ ଆହତ ହୋଇଛନ୍ତି। ସମସ୍ତଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଚିକିତ୍ସା ନିମନ୍ତେ ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ। ସେଠାରେ ସମସ୍ତଙ୍କ ଚିକିତ୍ସା ଜାରି ରହିଛି l ତେବେ ବୋଲେରୋଟି ପୁରୀରୁ ବୁଗୁଡ଼ା ଦେଇ ଜାଲଖାଇ ଯାଉଥିବ ବେଳେ ଡ୍ରାଇଭରଙ୍କ ଆଖି ଲାଗିଯିବାରୁ ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି l ଖବରପାଇ ପୋଲସରା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।