ଜୁନ ୩୦ ସୁଦ୍ଧା ନିଗମ ନିଯୁକ୍ତି!

0

ଓଡ଼ିଆ ନ୍ୟୁଜ୍: ବୋର୍ଡ-ନିଗମ ନିଯୁକ୍ତି ନେଇ ସରକାରୀ ସ୍ତରରେ ପ୍ରକ୍ରିୟା ଆରମ୍ଭ। ବୋର୍ଡ-ନିଗମର ଖାଲିଥିବା ପଦବୀର ତଥ୍ୟ ଦେଲେ ବିଭାଗ । ବଢିଲା ଲବିରେ ଥିବା ନେତାଙ୍କ ଆଶା । ବିଭିନ୍ନ ବିଭାଗ ଅଧୀନରେ ଆସୁଥିବା ବୋର୍ଡ ନିଗମରେ କେତେ ପଦବୀ ଖାଲି ଅଛି ଏବଂ ନୂଆ ସରକାର ଆସିବା ପରେ କେତେ ନିଯୁକ୍ତି ହୋଇଛି ତାର ତଥ୍ୟ ମାଗିଥିଲେ ସରକାର ।

ନିର୍ଦ୍ଦେଶ ଅନୁସାରେ ତଥ୍ୟ ଦେଇଛନ୍ତି ବିଭାଗ । ୧୭ଟି ବିଭାଗରେ ୩୨ଟି ବୋର୍ଡ ନିଗମ ବାବଦରେ ତଥ୍ୟ ଦିଆଯାଇଛି । ନୂଆ ସରକାର ଆସିବା ପରେ ୩୨ଟି ବୋର୍ଡ ନିଗମରେ ୬୭୭ ଜଣଙ୍କୁ ନିଯୁକ୍ତି ଦିଆଯାଇଥିବା ବେଳେ ଜୁନ ୩୦ରେ ୧୧୮୩ ଜଣଙ୍କୁ ନିଯୁକ୍ତି ଦେବା ପାଇଁ ଲକ୍ଷ୍ୟ ରଖିଛନ୍ତି ବିଭାଗ ଗୁଡିକ । ୧୭ଟି ବୋର୍ଡ ନିଗମରେ ଜଣେ ବି ନିଯୁକ୍ତ ହୋଇ ନାହାନ୍ତି । ଦୁଇ ବର୍ଷ ହେଲା ବିଭିନ୍ନ ବୋର୍ଡ ଏବଂ ନିଗମର ଅଧ୍ୟକ୍ଷ ପଦବୀ ଖାଲି ରହିଥିବା ବେଳେ ଖୁବ୍‌ଶୀଘ୍ର ଏହାକୁ ପୂରଣ କରାଯାଇ ପରେ ନିକଟରେ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ ସଭାପତି ଦିଲ୍ଲୀ ଗସ୍ତରେ ଯାଇଥିବା ବେଳେ ଏନେଇ କେନ୍ଦ୍ର ନେତୃତ୍ୱଙ୍କ ସହ ଆଲୋଚନା ହୋଇଥିବା କୁହାଯାଉଥିଲା ।

Leave A Reply

Your email address will not be published.