ଦିଲ୍ଲୀ ଜନ୍ତର ମନ୍ତରରେ ହେବ ‘କକ୍ରୋଚ୍’ ପାର୍ଟିର ଆନ୍ଦୋଳନ

0

ଓଡ଼ିଆ ନ୍ୟୁଜ୍: ଆଜି ଦିଲ୍ଲୀରେ ‘କକ୍ରୋଚ୍’ ପାର୍ଟିର ଆନ୍ଦୋଳନ । ପୋଲିସର ହାଇ-ଆଲର୍ଟ ଘୋଷଣା । ଦିଲ୍ଲୀ ଜନ୍ତରମନ୍ତରରେ ‘କକ୍ରୋଚ୍ ଜନତା ପାର୍ଟି’ର ବିରାଟ ପ୍ରତିବାଦ । ଦେଶର ଶିକ୍ଷା ବ୍ୟବସ୍ଥାରେ ଚାଲିଥିବା ଅନିୟମିତତା ଓ ପେପର ଲିକ୍ ଦୁର୍ନୀତି ବିରୋଧରେ ବଡ଼ ଧରଣର ଗଣ-ଆନ୍ଦୋଳନ ସଂଗଠିତ । ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହେଉଥିବା ବ୍ୟଙ୍ଗାତ୍ମକ ସଂଗଠନ ‘କକ୍ରୋଚ୍ ଜନତା ପାର୍ଟି’ (CJP) ଆଜି ଜନ୍ତରମନ୍ତରଠାରେ ନିଜର ପ୍ରଥମ ପ୍ରତ୍ୟକ୍ଷ ଓ ବୃହତ୍ ଆନ୍ଦୋଳନ ଆରମ୍ଭ କରୁଛି । ପ୍ରାୟ ଏକ କୋଟିରୁ ଅଧିକ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ନେଇ ସରକାରଙ୍କ ଉଦାସୀନତା ବିରୋଧରେ ଯୁବପିଢ଼ି ନିଜର ଆକ୍ରୋଶ ପ୍ରକାଶ କରିବେ ।

ଇନଷ୍ଟାଗ୍ରାମରେ ୨ କୋଟିରୁ ଅଧିକ ସମର୍ଥକ ଥିବା ଏହି ସଂଗଠନ ଆଜି ପ୍ରମାଣ କରିବ ଯେ ସେମାନଙ୍କ ଅନ୍ ଲାଇନ୍ ଶକ୍ତି ବାସ୍ତବ ଦୁନିଆରେ କେତେ ପ୍ରଭାବଶାଳୀ । NEET-UG ପେପର ଲିକ୍ ମାମଲାରେ ୨୨ ଲକ୍ଷରୁ ଅଧିକ ମେଧାବୀ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ହୋଇଥିବା ଖେଳର ତୁରନ୍ତ ନ୍ୟାୟ । CBSE ଓ ସିଷ୍ଟମ୍ ତ୍ରୁଟି, CUET, SSCGD ଭଳି ପ୍ରତିଯୋଗିତାମୂଳକ ପରୀକ୍ଷାରେ ଚାଲିଥିବା ଦୁର୍ନୀତି ଯୋଗୁଁ ଅନେକ ଛାତ୍ର ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଉଛନ୍ତି, ସେଥିପାଇଁ ସରକାରୀ ବ୍ୟବସ୍ଥାରେ ସଂସ୍କାର ଭଳି ପ୍ରମୁଖ ଦାବି ରହିଛି । ପୂର୍ବରୁ ଜଣେ ବିଚାରପତିଙ୍କ ଦ୍ୱାରା ଯୁବପିଢ଼ିଙ୍କୁ ଉଦ୍ଦେଶ୍ୟ କରି କୁହାଯାଇଥିବା ଅପମାନଜନକ ଶବ୍ଦ “କକ୍ରୋଚ୍” କୁ ଆଜି ସେମାନେ ନିଜର ଅସ୍ତ୍ର କରିଛନ୍ତି।

Leave A Reply

Your email address will not be published.