ଓଡ଼ିଆ ନ୍ୟୁଜ୍: ଭୁବନେଶ୍ବର ଲକ୍ଷ୍ମୀସାଗରରେ ଛୁରାମାଡ଼; ୨ ଗୁରୁତର। ହଳଦୀପଡ଼ିଆ ବସ୍ତିର କିଛି ଯୁବକ ବାଇକରେ ଆସି ହାଣିଥିବା ଅଭିଯୋଗ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବିଳମ୍ବିତ ରାତିରେ ଆକ୍ରମଣ ସୂଚନା। ଅବସ୍ଥା ସଙ୍କଟାପନ୍ନ ହେବାରୁ ଉଭୟ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର।
ହଳଦୀପଡ଼ିଆ ଅଞ୍ଚଳର କିଛି ଯୁବକ ଏହି ଆକ୍ରମଣ କରିଥିବା ସୂଚନା । ଆକ୍ରମଣରେ ଦାଦା ପୁତୁରା ଗୁରୁତର ଆହତ ହୋଇଥିବା ବେଳେ ସେମାନଙ୍କୁ ଚିକିତ୍ସା ପାଇଁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣା କୁ ନେଇ ଲକ୍ଷ୍ମୀସାଗର ପୋଲିସ ଆରମ୍ଭ କରିଛି ଛାନବିନ।
ଅନ୍ୟପଟେ, ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ରାଜଧାନୀରେ ଆକ୍ରମଣ ଘଟଣା । ଏହି ଆକ୍ରମଣ ମାମଲାରେ ଅଭିଯୁକ୍ତ ବିନୋଦ ବିହାରୀ ବଳଙ୍କୁ ଭରତପୁର ଥାନା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିବା ପରେ ଥାନା ପରିସରରେ ଦେଖାଦେଇଛି ଉତ୍ତେଜନା । ବରମୁଣ୍ଡା ହାଉସିଂ ବୋର୍ଡ ଅଞ୍ଚଳର ବାସିନ୍ଦାମାନେ ବିନୋଦଙ୍କୁ ବିନା କାରଣରେ ଗିରଫ କରାଯାଇଥିବା ଏବଂ ପୋଲିସ ଏକପାଖିଆ ଭାବେ ଅଭିଯୋଗ ଶୁଣି କାର୍ଯ୍ୟାନୁଷ୍ଠାନ ନେଇଥିବା ଅଭିଯୋଗ ଆଣିଛନ୍ତି ।