ଜେଲରୁ ଫେରିବା ପରେ ପୁଣି ଚାକିରିରେ ଯୋଗ ଦେଲେ ଆଇଏଏସ ଧିମାନ ଚକମା

0

ଓଡ଼ିଆ ନ୍ୟୁଜ୍: ଚାକିରିରେ ଯୋଗ ଦେଲେ ଆଇଏଏସ୍‌ ଧିମାନ ଚକମା । ଜେଲ୍‌ରୁ ଫେରିବା ପରେ ପୁଣି ଚାକିରିରେ ଯୋଗ ଦେଲେ ଆଇଏଏସ୍‌ ଧିମାନ ଚକମା । ରାଜସ୍ୱ ବିଭାଗର ଉପ-ସଚିବ ଭାବେ ନିଯୁକ୍ତି ପାଇଛନ୍ତି ଆଇଏଏସ ଧିମାନ ଚକମା ।

ଖବର ଅନୁଯାୟୀ, ୨୦୨୧ ବ୍ୟାଚରେ ଆଇଏଏସ ଅଫିସର ଧିମାନ ଚକମା । ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ହାତରେ ଧରାପଡିଥିଲେ । କଳାହାଣ୍ଡି ଧର୍ମଗଡ଼ର ସବ-କଲେକ୍ଟର ଥିବା ସମୟରେ ତାଙ୍କ ସରକାରୀ ବାସଭବନରେ ୧୦ ଲକ୍ଷ ଲାଞ୍ଚ ନେବା ସମୟରେ ଧରାପଡିଥିଲା । ଲାଞ୍ଚ ନେବା ସମୟରେ ରେଡ୍‌ ହ୍ୟାଣ୍ଡରେ ଧରିଥିଲା ଭିଜିଲାନ୍ସ। ଏହାପରେ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା ଭିଜିଲାନ୍ସ । ବିଭିନ୍ନ ଟିମ୍‌ ଗଠନ କରି ଅନେକ ସ୍ଥାନରେ ଚଢାଉ କରିଥିଲା ଭିଜିଲାନ୍ସ । ଏପିରିକି ସର୍ଚ୍ଚ ବେଳେ ତାଙ୍କ ଘରୁ ୪୭ ଲକ୍ଷ ନଗଦ ଟଙ୍କା ଜବତ ହୋଇଥିଲା । ସେହିପରି ଧିମାନଙ୍କ ତ୍ରିପୁରା ରାଜଧାନୀରେ ଥିବା ପୈତୃକ ଘରେ ମଧ୍ୟ ଚଢାଉ କରିଥିଲା ଭିଜିଲାନ୍ସ । ଏହି ଚଢାଉରେ ଭିଜିଲାନ୍ସକୁ ଅନେକ ତଥ୍ୟ ମିଳିଥିଲା ।

Leave A Reply

Your email address will not be published.