ରାସ୍ତାରେ ଜଳିଗଲା ଆମ୍ବୁଲାନ୍ସ

0

ଓଡ଼ିଆ ନ୍ୟୁଜ୍: ଖାନନଗର ଛକ ନିକଟରେ ଜଳିଗଲା ଆମ୍ବୁଲାନ୍ସ।ରୋଗୀ ଓ ଆମ୍ବୁଲାନ୍ସ କର୍ମଚାରୀ ସୁରକ୍ଷିତ ଉଦ୍ଧାର। ନିଆଁ ଲାଗିବା ମାତ୍ରେ ସଙ୍ଗେ ସଙ୍ଗେ ରୋଗୀ ଉଦ୍ଧାର। ଆମ୍ବୁଲାନ୍ସ ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ଟିମ୍‌। ଜଳିଗଲା ଚଳନ୍ତା ଆମ୍ବୁଲାନ୍ସ। ରୋଗୀ ଓ ଗାଡ଼ି କର୍ମଚାରୀ ସୁରକ୍ଷିତ। କଟକ ଖାନନଗର ଛକ ନିକଟରେ ଦୁର୍ଘଟଣା । ଆମ୍ବୁଲାନ୍ସଟି ଖାନନଗର ଛକରୁ ପୁରୀଘାଟ ଆଡେ ଯାଉଥିବା ବେଳେ ହଠାତ୍ ରାସ୍ତା ଉପରେ ନିଆଁ ଲାଗିଯାଇଥିଲା । ତୁରନ୍ତ ଆମ୍ବୁଲାନ୍ସରୁ ରୋଗୀଙ୍କୁ ବାହାରକୁ ନିଆ ଯାଇଥିଲା। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭାଇଥିଲେ। ତେବେ ନିଆଁ କିପରି ଲାଗିଲା କାରଣ ଅସ୍ପଷ୍ଟ ରହିଛି ।

ସୂଚନାଯୋଗ୍ୟ କିଛି ଦିନ ପୂର୍ବରୁ, ଭୁବନେଶ୍ୱରର ଖଣ୍ଡଗିରି ନିକଟସ୍ଥ ଜାଗମରା ବେସ୍‌ରେ ଭୋର ସମୟରେ ଏକ ଆମ୍ବୁଲାନ୍ସରେ ଅଗ୍ନିକାଣ୍ଡ ଘଟିଥିଲା । ହୁ ହୁ ହୋଇ ଜଳିଗଲା ଆମ୍ବୁଲାନ୍ସ, ଅଳ୍ପକେ ବର୍ତ୍ତିଥିଲେ କର୍ମଚାରୀ । ଚଳନ୍ତା ଆମ୍ବୁଲାନ୍ସରେ ନିଆଁ । ଆମ୍ବୁଲାନ୍ସଟି ରୋଗୀକୁ ଛାଡ଼ି ଫେରିବା ପରେ ବେସ୍‌ରେ ରଖାଯାଇଥିଲା । ମାତ୍ର କିଛି ସମୟ ମଧ୍ୟରେ ଆମ୍ବୁଲାନ୍ସର ଆଗ ଭାଗରୁ ହଠାତ୍ ନିଆଁ ବାହାରିଥିଲା । ଟଣାର ସଠିକ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଯାଇଥିଲା । ଘଟଣା ସମୟରେ ଆମ୍ବୁଲାନ୍ସ କର୍ମଚାରୀମାନେ ବାହାରେ ଥିବାରୁ କୌଣସି କ୍ଷତି ହୋଇନଥିଲା ।

Leave A Reply

Your email address will not be published.