ଭତ୍ତା ପାଇଁ କ୍ଷୋଭ ପ୍ରକାଶ କଲେ ନବୀନ

0

ଓଡ଼ିଆ ନ୍ୟୁଜ୍: ଭତ୍ତା ପାଇଁ କ୍ଷୋଭ ପ୍ରକାଶ କଲେ ନବୀନ। ରାଜ୍ୟର ଲୋକମାନେ ଭତ୍ତା ପାଇଁ ନୟାନ୍ତ ହେବା ଅତ୍ୟନ୍ତ ଦୁଃଖଦାୟକ। ୨ ବର୍ଷ ପୂରଣ କରିଥିବା ଭାଜପା ସରକାରର ଏଇଆ କ’ଣ ଫାଇଦା କି ବୋଲି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି। ନବୀନ ତାଙ୍କ ସାମାଜିକ ଗଣମାଧ୍ୟମରେ ଏକ ପୋଷ୍ଟକରି କହିଛନ୍ତି, ୩ ମାସରୁ ଅଧିକ ସମୟ ଧରି ରାଜ୍ୟର ଲକ୍ଷାଧିକ ସାମାଜିକ ସୁରକ୍ଷା ଅଧୀନରେ ହିତାଧିକାରୀ ଭତ୍ତା ନ ପାଇ ବ୍ୟାପକ ସମସ୍ୟାର ସାମ୍ନା କରୁଛନ୍ତି।

ଭତ୍ତା ପାଇଁ ଲୋକେ ଜୀବନ ହାରିବା ପରି ଖବର ମଧ୍ୟ ଗଣମାଧ୍ୟମର ଶିରୋନାମା ପାଲଟିଛି, ଯାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ନିର୍ବାଚନ ସମୟରେ ଭତ୍ତା ବଢ଼ାଇବାର ମିଛ ପ୍ରତିଶ୍ରୁତି ଦେଇ ଓଡ଼ିଶାରେ ଭାଜପା କ୍ଷମତାକୁ ଆସିଥିଲା। ମାତ୍ର ବର୍ତ୍ତମାନ ଯାଏ ଭତ୍ତା ବଢ଼ାଇବା ଦୂରେଥାଉ ହିତାଧିକାରୀଙ୍କୁ ପୂର୍ବରୁ ମିଳୁଥିବା ଭତ୍ତାକୁ ମଧ୍ୟ ସରକାର ପ୍ରଦାନ କରିବାରେ ଅସମର୍ଥ। ଏହା ଅନେକ ବୟସ୍କ ଲୋକ, ମହିଳାଙ୍କୁ ହତାଶ ଓ ଯନ୍ତ୍ରଣା ଭିତରକୁ ଠେଲିଦେଇଛି। ଭତ୍ତା ଉପରେ ନିର୍ଭରକରି ଜୀବନ ଅତିବାହିତ କରୁଥିବା ଲୋକ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କିଏ ଜୀବନ ରକ୍ଷାକାରୀ ଓଷଧ କିଣିପାରୁନାହାନ୍ତି ତ କିଏ ଭୋକଉପାସରେ ରହୁଛନ୍ତି। ଲୋକଙ୍କ ଦୁର୍ଦ୍ଦଶା ଜନମାନସକୁ ଆନ୍ଦୋଳିତ କରୁଥିବା ବେଳେ ସରକାର ଚୁପ୍‌ ବସିଛନ୍ତି। ଲୋକଙ୍କୁ ହତାଶ ଭିତରକୁ ଠେଲି ନ ଦେଇ ତୁରନ୍ତ ଭତ୍ତା ପ୍ରଦାନର ବ୍ୟବସ୍ଥା କରାଯାଉ।

Leave A Reply

Your email address will not be published.