ଉପନିର୍ବାଚନ ଲଢିବେ ପ୍ରଶାନ୍ତ କିଶୋର

0

ଓଡ଼ିଆ ନ୍ୟୁଜ୍: ଉପନିର୍ବାଚନ ଲଢିବେ ନିର୍ବାଚନ ରଣନୀତିଜ୍ଞ ଭାବେ ଜଣା ପ୍ରଶାନ୍ତ କିଶୋର। ଚଳିତ ଜୁଲାଇ ୩୦ ତାରିଖରେ ବିହାରର ବାଙ୍କିପୁର ବିଧାନସଭା ଆସନ ପାଇଁ ହେବାକୁ ଥିବା ଉପନିର୍ବାଚନ ପାଇଁ ଜନସୁରାଜ ପାର୍ଟି ନିଜର ପ୍ରାର୍ଥୀ ଘୋଷଣା କରି ସମସ୍ତଙ୍କୁ ଚକିତ କରିଦେଇଛି। ଜନ ସୁରାଜ ପାର୍ଟିର ମୁଖ୍ୟ ପ୍ରଶାନ୍ତ କିଶୋର ଏହି ଆସନରୁ ନିଜେ ନିର୍ବାଚନ ଲଢ଼ିବେ ବୋଲି ରବିବାର ଘୋଷଣା କରିଛନ୍ତି। ରବିବାର ପାର୍ଟିର କୋର୍‌ କମିଟି ବୈଠକରେ ପ୍ରଶାନ୍ତ କିଶୋରଙ୍କ ନାଁରେ ମୋହର ବାଜିଛି।

ଜନ୍‌ ସୁରାଜ ପାର୍ଟିର ରାଜ୍ୟ ସଭାପତି ମନୋଜ ଭାରତୀ ବୈଠକ ପରେ ଦଳର ନିଷ୍ପତ୍ତି ଘୋଷଣା କରିଛନ୍ତି। ଉପନିର୍ବାଚନ ଜୁଲାଇ ୩୦ ତାରିଖରେ ଅନୁଷ୍ଠିତ ହେବାକୁ ଥିବାବେଳେ ଅଗଷ୍ଟ ୩ ତାରିଖରେ ଭୋଟ ଗଣତି ହେବ। ନାମାଙ୍କନ ଦାଖଲ ପାଇଁ ଶେଷ ତାରିଖ ଜୁଲାଇ ୧୩ ତାରିଖ ରହିଛି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତୀନ ନବୀନ ରାଜ୍ୟସଭାକୁ ନିର୍ବାଚିତ ହେବା ପରେ ବାଙ୍କିପୁର ଆସନ ଖାଲି ପଡ଼ିଥିଲା। ବିଜେପି ଏହି ଆସନରୁ ନିଜର ପ୍ରାର୍ଥୀ ଘୋଷଣା କରିନାହିଁ।

Leave A Reply

Your email address will not be published.