ସପିଂ ମଲରେ ଭୟାବହ ଅଗ୍ନିକାଣ୍ଡ

0

ଓଡ଼ିଆ ନ୍ୟୁଜ୍: ସପିଂ ମଲରେ ଭୟାବହ ଅଗ୍ନିକାଣ୍ଡ। ଝାରସୁଗୁଡ଼ା ସରବାହାଲସ୍ଥିତ ଏକ ସପିଂ ମଲ କୋଠାରେ ଭୟାବହ ଅଗ୍ନିକାଣ୍ଡହୋଇଛି। ଆଜି ସକାଳୁ ମଲ୍ ଖୋଲିବା ପୂର୍ବରୁ ଭିତରୁ ଧୂଆଁ ବାହାରୁଥିବା ଦେଖି ଲୋକେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ତେବେ, ନିଆଁ ଲିଭା କାମ ଜାରି ରହିଛି। ପ୍ରାପ୍ତ ସୂଚନାମତେ,ଝାରସୁଗୁଡ଼ା ଜିଲ୍ଲା ସହର ଉପକଣ୍ଠ ସରବାହାଲଠାରେ ଥିବା ଶଙ୍କର ଜ୍ବେଲର୍ସ ଏବଂ ଭି ମାର୍ଟ ସପିଙ୍ଗ ମଲରେ ଭୟାବହ ଅଗ୍ନିକାଣ୍ଡ ହୋଇଛି। ଅଗ୍ନିଶମ ବିଭାଗ ସମେତ ବିଭିନ୍ନ ଶିଳ୍ପ ସଂସ୍ଥାର ପାଞ୍ଚଟି ଟିମ୍ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଥିଲେ ବି ନିଆଁକୁ ଆୟତ୍ତ କରାଯାଇ ପାରି ନାହିଁ।

ସର୍ଟସର୍କିଟ ଯୋଗୁଁ ନିଆଁ ଲାଗିଥିବା ଅନୁମାନ କରାଯାଉଛି। ଆଜି ଭୋର୍ ସକାଳୁ ନିଆଁ ଲାଗିଥିବା ସ୍ଥାନୀୟ ଲୋକେ ଦେଖି ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ। ପ୍ରବଳ ଧୂଆଁ ଯୋଗୁଁ ତିନି ମହଲା କୋଠାରେ ନିଆଁ କୁ ଆୟତ୍ତ କରିବାକୁ ଅଗ୍ନିଶମ ବିଭାଗକୁ କସରତ କରିବାକୁ ପଡ଼ିଥିଲା। ତେବେ ନିଆଁଟି ତଳ ମହଲାରେ ଲାଗିବା ପରେ ସମ୍ପୂର୍ଣ୍ଣ ମହଲାକୁ ବ୍ୟାପି ଯାଇଥିଲା। ପାଖରେ ଲାଗିକି ଥିବା ଶଙ୍କର ଜ୍ବେଲର୍ସ ମଧ୍ୟ ଜଳିଯାଇଛି।New

Leave A Reply

Your email address will not be published.