ଓଡ଼ିଆ ନ୍ୟୁଜ୍: ୨୬ ଦିନ ପରେ ଅନଶନ ଭାଙ୍ଗିଲେ ୱାଙ୍ଗଚୁକ୍। ଜେପି ନଡ୍ଡା ଏବଂ ଜିତେନ୍ଦ୍ର ସିଂହଙ୍କ ଉପସ୍ଥିତିରେ ଜଳପାନ କରିଛନ୍ତି ସୋନମ ୱାଙ୍ଗଚୁକ୍ । ସୋସିଆଲ ମିଡିଆ ଏକ୍ସରେ ଏ ନେଇ ସେ ସୂଚନା ଦେଇଛନ୍ତି । ହିଂସାତ୍ମକ ପରିସ୍ଥିତକୁ ଏଡାଇବାକୁ ୱାଙ୍ଗଚୁକ୍ ବଡ଼ ନିଷ୍ପତ୍ତି ନେଇଛନ୍ତି । ଦେଶରେ ଶାନ୍ତି ବଜାୟ ରଖିବାକୁ ସେ ଅପିଲ୍ କରିଛନ୍ତି । ସରକାରଙ୍କ ସହ ଦୀର୍ଘ ସମୟ ଆଲୋଚନ ପରେ ଅନଶନ ଭଙ୍ଗ କରିଛନ୍ତି ସମାଜ ସୁଧାରକ ସୋନମ ୱାଙ୍ଗଚୁକ୍ । ଗତକାଲି ବିଳମ୍ବିତ ରାତିରେ କେନ୍ଦ୍ର ମନ୍ତ୍ରୀ ଜେପି ନଡ୍ଡା ଏବଂ ଜିତେନ୍ଦ୍ର ସିଂହ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ସୋନମ ୱାଙ୍ଗଚୁକଙ୍କୁ ଭେଟିଥିଲେ । ଆଲୋଚନା ପରେ, ୱାଙ୍ଗଚୁକ ତାଙ୍କର ଅନଶନ ଭାଙ୍ଗିଛନ୍ତି । ସେ ଗତ ୨୬ ଦିନ ଧରି ଅନଶନରେ ବସିଥିଲେ।
ବୁଧବାର, ବିରୋଧୀ ଦଳର ଏକ ପ୍ରତିନିଧି ଦଳ ମଧ୍ୟ ୱାଙ୍ଗଚୁକଙ୍କୁ ଭେଟି ତାଙ୍କ ଅନଶନ ସମାପ୍ତ କରିବାକୁ ଅନୁରୋଧ କରିଥିଲେ । ଅନଶନ ଭାଙ୍ଗିବା ପରେ, ସୋନମ ୱାଙ୍ଗଚୁକ୍ ଇନଷ୍ଟାଗ୍ରାମରେ ଲେଖିଛନ୍ତି, “ଏବେ, କେନ୍ଦ୍ର ମନ୍ତ୍ରୀ ଜେପି ନଡ୍ଡା, ଡକ୍ଟର ଜିତେନ୍ଦ୍ର ସିଂହ ଏବଂ ଲେହ-ଲଦାଖର ସର୍ବୋଚ୍ଚ ସଂଗଠନର ବରିଷ୍ଠ ନେତାମାନଙ୍କ ଉପସ୍ଥିତିରେ, ମୁଁ ଶେଷରେ ୨୬ ଦିନ ପରେ ମୋର ଅନଶନ ଭାଙ୍ଗିଛି । ପୂର୍ବରୁ, ବିଭିନ୍ନ ରାଜନୈତିକ ଦଳର ୬୫ ଜଣ ସାଂସଦ ମୋ ସହିତ ସାକ୍ଷାତ କରିଥିଲେ କିମ୍ବା ମୋତେ ଅନଶନ ଭାଙ୍ଗିବାକୁ ଅନୁରୋଧ କରିଥିଲେ । ଅନେକ ସର୍ତ୍ତ ଉପରେ ଦୀର୍ଘ ଆଲୋଚନା ପରେ ଏବଂ ଦେଶରେ ହିଂସାର ସମ୍ଭାବନାକୁ ଧ୍ୟାନରେ ରଖି ଏହି ପଦକ୍ଷେପ ନିଆଯାଇଛି । ମୁଁ ଖୁବ୍ ଶୀଘ୍ର ଏକ ପୃଥକ ଭିଡିଓରେ ଏହି ସର୍ତ୍ତଗୁଡ଼ିକ ବିଷୟରେ ବିସ୍ତୃତ ଭାବରେ କହିବି । ଏହି ସମୟ ମଧ୍ୟରେ, ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ଅତ୍ୟନ୍ତ ସତର୍କ ରହିବାକୁ ଏବଂ ଯେକୌଣସି ସ୍ଥାନରେ ହିଂସାକୁ ରୋକିବାକୁ ଅନୁରୋଧ କରୁଛି ।