ରାଜଧାନୀରେ ଅଭାବନୀୟ ଘଟଣା; ସମ୍ପତି ପାଇଁ ଗଡିଲା ଗୋଟିଏ ପରିବାରର ୩ ମୁଣ୍ଡ

0

ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା ଚିନ୍ତାମଣିଶ୍ୱର ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି। ଘର ଭିତରୁ ମିଳିଲା ବାପ, ମା ଓ ଝିଅର ମୃତଦେହ। ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ମୃତ ଦମ୍ପତି ମହାରାଷ୍ଟ୍ରର ବୋଲି ଜଣାପଡିଛି।ମୃତକ ୩ ଜଣ ହେଲେ ତୁଷାର ରାଜେନ୍ଦ୍ର ଜଗତବ, ତାଙ୍କ ସ୍ତ୍ରୀ ନୀଲା ତୁଷାର ଜଗତବ ଓ ଝିଅ ସିବିନ୍ୟା। ଏମାନେ ଚିନ୍ତାମଣିଶ୍ୱରର ଏକ ଭଡ଼ା ଘରେ ରହୁଥିଲେ। ଆଜି ସକାଳକୁ ଘରର କବାଟ ଖୋଲିବାରୁ ପୁଲିସକୁ ଖବର ଦିଆଯାଇଥିଲା। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି କବାଟ ଖୋଲିବାରୁ ୩ ଜଣଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଥିବା ଦେଖିବାକୁ ପାଇଥିଲେ। ପ୍ରଥମେ ଝିଅକୁ ହତ୍ୟା କରି ପରେ ବାପାମା’ ଆତ୍ମହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ୩ ଜଣଙ୍କ ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇ ତଦନ୍ତ ଆରମ୍ଭ କରିଛି ପୁଲିସ୍‌ । ଦୀର୍ଘ ଦିନ ଧରି ତୁଷାରଙ୍କ ଘରେ ସମ୍ପତି ବିବାଦ ଯୋଗୁଁ ପାରିବାରିକ କଳହ ଲାଗିରହିଥିଲା। ତେବେ ଯାହା ସୂଚନା ହସ୍ତଗତ ହୋଇଛି ଜଣାପଡିଛି ଯେ,ମୃତ ବ୍ୟକ୍ତିଙ୍କ ବାପା ଦ୍ୱିତୀୟ ପତ୍ନୀଙ୍କ ନାଁରେ ସମ୍ପତ୍ତି କରିଦେବାରୁ ଛୁଆକୁ ହତ୍ୟା କରି ବାପା ଓ ମା’ ଆତ୍ମହତ୍ୟା କରିଥିବା କଥା ଶୁଣିବାକୁ ମିଳିଛି।ଏମାନଙ୍କ ମୃତ୍ୟୁ କିପରି ହେଲା ଏହା ସହ ଏହା ହତ୍ୟା ନା  ଆତ୍ମହତ୍ୟା ସେନେଇ ତଦନ୍ତ ପୁଲିସ ତଦନ୍ତ କରୁଛି।

Leave A Reply

Your email address will not be published.