୧୮.੦୩.୨੦୨੦ (ଓଡ଼ିଆ ନ୍ୟୁଜ ବ୍ୟୁରୋ ): ଆଜି ସକାଳ ୯ଟାରେ ସମ୍ବଲପୁର ଷ୍ଟେସନ୍ରେ ହାଓ୍ଵଡା-ଜଗଦଲପୁର ସମ୍ବଲେଶ୍ୱରୀ ଏକ୍ସପ୍ରେସ୍ ପହଞ୍ଚିଥିଲା। ଏହି ଏକ୍ସପ୍ରେସ୍ରେ ଜଣେ ବୟସ୍କ ଯାତ୍ରୀ ବାରମ୍ବାର କାଶୁଥିବା ଏବଂ ଛିଙ୍କୁଥିବାର ଯାତ୍ରୀମାନେ ଦେଖିବାକୁ ପାଇଥିଲେ l ଏନେଇ ତାଙ୍କୁ ଯେତେ ଯାହା ପଚାରିବାରୁ ମଧ୍ୟ ସେ କୌଣସି ଉତ୍ତର ଦେଇନଥିଲେ I ଟ୍ରେନଟି ସମ୍ବଲପୁର ଷ୍ଟେସସନରେ ରହିବାପରେ ଜିଆରପି ଓ ଷ୍ଟେସନ୍ଅଧିକାରୀଙ୍କୁ ଜଣାଇଥିଲେ। ରେଳବାଇର ଏକ ଟିମ ଘଟଣା ସ୍ଥଳକୁ ଗଲାପରେ ବୃଦ୍ଧlଙ୍କ ଅବସ୍ଥା ଛିଙ୍କ କାସରେ ଅସୁସ୍ଥ ହୋଇପଡ଼ିଥିଲେ Ι ବୟସ୍କ ଯାତ୍ରୀଙ୍କ ଏଭଳି ଅବସ୍ଥା ଦେଖି ସତର୍କତା ଦୃଷ୍ଟିରୁ ରେଳବାଇ ଟିମ୍ ସଙ୍ଗେସଙ୍ଗେ ତାଙ୍କୁ ଷ୍ଟେସନ୍ରେ ଓହ୍ଲାଇଦେବା ସହ ଏକ ସ୍ୱତନ୍ତ୍ର ଆମ୍ବୁଲାନସ ଯୋଗେ ଡାକ୍ତରଖାନାକୁ ପଠାଇଦେଇଥିଲେ l