ଗୁଜବ ପଡିଲା ମହଙ୍ଗା ବନ୍ଧା ହେଲେ ଯୁବକ

0

୧୮.੦୩.୨੦୨੦ (ଓଡ଼ିଆ ନ୍ୟୁଜ ବ୍ୟୁରୋ ): ଯୁବକଙ୍କୁ ଭାରିପଡିଲା ଫେସବୁକରେ ଗୁଜବ ପ୍ରସାରଣ କରିବା l କରୋନା ମୃତ୍ୟୁକୁ ନେଇ ଗୁଜବ ପ୍ରଚାରିତ କରିବା ପରେ ଅନୁଗୁଳ କୋଲିୟରି ପୋଲିସ ଜଣେ ଯୁବକକୁ ଗିରଫ କରିଛି l ଯୁବକଙ୍କ ଘର ତାଳଚେର ଅଂଚଳର l ଯୁବକ ତାଙ୍କ ଫେସବୁକ ଆକାଉଂଟରେ ଅନୁଗୁଳର ଜଣେ ଯୁବକ କରୋନାରେ ପ୍ରାଣ ହରାଇଥିବା ଲେଖିଥିଲେ ।  ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଥିଲା । ଉତ୍ତର କେନ୍ଦ୍ରାଞ୍ଚଳ IG ନରସିଂହ ଭୋଳ ତାଙ୍କୁ ସଠିକ ତଥ୍ୟ ଦେବାକୁ କହିଥିଲେ । ଉକ୍ତ ଘଟଣାକୁ ନେଇ ଥାନାରେ ଏତଲା ହେବାପରେ ସମ୍ପୃକ୍ତ ଯୁବକକୁ ପୋଲିସ ଗିରଫ କରି କୋଟ ଚାଲାଣ କରିଛି l ଏହାସହ ଆଗାମୀ ଦିନରେ ଏଭଳି କାର୍ଯ୍ୟରୁ ନିବୃତ ରହିବା ସହ ଗୁଜବ ପ୍ରଚାର ନ କରିବାକୁ IG ଜନସାଧାରଣଙ୍କୁ ନିବେଦନ କରିଛନ୍ତି ।

Leave A Reply

Your email address will not be published.