ଭାରତର ପ୍ରଥମ ମହିଳା ବିଜନେସ୍ ମେଳା ୨୦୨୨ର ତୃତୀୟ ଦିନ: women education empowerment ଉପରେ ବକ୍ତବ୍ୟ ରଖିଲେ ଡ଼କ୍ଟର ଅଚ୍ୟୁତ ସାମନ୍ତ
ଓଡିଆ ନ୍ୟୁଜ୍(ବ୍ୟୁରୋ): “ଭାରତର ପ୍ରଥମ ମହିଳା ବିଜନେସ୍ ମେଳା ୨୦୨୨।୧୦୦ ରୁ ଉର୍ଦ୍ଧ୍ବ ମହିଳା ଉଦ୍ୟୋଗୀଙ୍କ ରହିଛି ଷ୍ଟଲ ଇଣ୍ଡିଆନ ଚାମ୍ବର ଅଫ କମର୍ସର ୱିମେନ ଏଣ୍ଟରପ୍ରିନ୍ୟୁରସିପ୍ କାଉନ୍ସିଲ୍ ଦ୍ବାରା ଆୟୋଜିତ ଭାରତର ପ୍ରଥମ ମହିଳା ବ୍ୟବସାୟ ମେଳା ଜନତା ମଇଦାନଠାରେ ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମର ତୃତୀୟ ଦିନରେ ଆୟୋଜିତ women education empowerment ଉପରେ ବକ୍ତବ୍ୟ ରଖି କିଟ କିସ ପ୍ରତିଷ୍ଠାତା ତଥା ଲୋକ ସଭା ସାଂସଦ ଡ଼କ୍ଟର ଅଚ୍ୟୁତ ସାମନ୍ତ ମହିଳା ସଶକ୍ତିକରଣ ସଶକ୍ତିକରଣ ଉପରେ ଗୁରୁତ୍ଵାରୋପ କରିଥିଲେ । ସେ କହିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଓଡିଶା ସରକାର ମହିଳା ସଶକ୍ତିକରଣ କ୍ଷେତ୍ରରେ ଅନେକ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରିଛନ୍ତି।
ମହିଳାମାନେ ସଶକ୍ତ ହେଲେ ସମାଜ ସଶକ୍ତ ହେବ। ଗ୍ରାମାଞ୍ଚଳରେ ଅନେକ ମହିଳା ଉଦ୍ୟୋଗୀ ଅଛନ୍ତି। ସେମାନଙ୍କୁ ପ୍ରୋତ୍ସାହନର ଆବଶ୍ୟକତା ରହିଛି। ଜଣେ ମହିଳା ଉଦ୍ୟୋଗୀ ଏଭଳି ୧୦ ଜଣ ମହିଳାଙ୍କୁ ପ୍ରୋତ୍ସାହିତ କଲେ ଆମ ରାଜ୍ୟରେ ଆହୁରି ଅନେକ ମହିଳା ଉଦ୍ୟୋଗୀ ଆଗକୁ ଆସିପାରିବେ ବୋଲି ସେ କହିଥିଲେ। ଏହି ଅବସରରେ ଡ଼କ୍ଟର ସାମନ୍ତ ମହିଳା ଉଦ୍ୟୋଗି ଙ୍କ ଷ୍ଟଲ ଗୁଡିକ ବୁଲି ଦେଖିଥିଲେ ।