ସମ୍ଭାବ୍ୟ ବାତ୍ୟାରେ 18 ଜିଲ୍ଳା 209 ବ୍ଳକ୍ 77 ପୌରଞ୍ଚଳ ପ୍ରଭାବିତ ହେବାର ଆଶଙ୍କା, ପଞ୍ଚାୟତିରାଜ ମନ୍ତ୍ରୀ କହିଲେ ମୁକାବିଲା ନେଇ ସରକାର ସଂପୂର୍ଣ୍ଣ ପ୍ରସ୍ତୁତ

0

ଓଡିଆ ନ୍ୟୁଜ୍(ବ୍ୟୁରୋ):  ବାତ୍ୟା ପ୍ରସ୍ତୁତି ନେଇ ସମୀକ୍ଷା ପରେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କ ପ୍ରତିକ୍ରିୟା। ବାତ୍ୟା ମୁକାବିଲା ନେଇ ସରକାର ସଂପୂର୍ଣ୍ଣ ପ୍ରସ୍ତୁତ। ସମ୍ଭାବ୍ୟ ବାତ୍ୟାରେ 18 ଜିଲ୍ଳା 209 ବ୍ଳକ୍ 77 ପୌରଞ୍ଚଳ ପ୍ରଭାବିତ ହେବାର ଆଶଙ୍କା ରହିଛି। ସମସ୍ତ ବ୍ଳକ୍ ଏବଂ ପୌର ମୁଖ୍ୟାଲୟରେ 24 ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲାଯିବ ଏବଂ ବର୍ଷାର ପରିମାଣ ମାପିବା ପାଇଁ ଯନ୍ତ୍ର ଲଗାଯିବା।

ଆଜି ସମୀକ୍ଷାରେ ଆମେ ସଂପୂର୍ଣ୍ଣ ପ୍ରସ୍ତୁତି କରିଛୁ। ବାତ୍ୟା ଅଶ୍ରୟସ୍ଥଳୀକୁ କେମିତି ଲୋକଙ୍କୁ ସ୍ଥାନାନ୍ତରଣ କରାଯିବ ଏବଂ ସେଠାରେ ବିଦ୍ୟୁତ, ପିଇବା ପାଣି, ରନ୍ଧାଖାଦ୍ୟ ବ୍ୟବସ୍ଥା କରାଯିବ ସେ ନେଇ ପ୍ରସ୍ତୁତି କରାଯାଇଛି। ବିଶେଷ କରି ଖାଲୁଆ ଅଞ୍ଚଳରେ ପାଣି ନିଷ୍କାସନ ପାଇଁ ପମ୍ପସେଟ୍ ବ୍ୟବସ୍ଥା ହୋଇଛି। ବାତ୍ୟା ପାଇଁ ପିଇବା ପାଣି ପାଇଁ କେମିତି ଅସୁବିଧା ହେବ ସେଥିପାଇଁ ଟ୍ୟାଙ୍କର ବ୍ୟବସ୍ଥା ହୋଇଛି। ବିଦ୍ୟୁତ କଟିଲେ ଜେନେରେଟର ଯୋଗାଡ଼ କରି ରଖାହେବ। ସରକାର ସଂପୁର୍ଣ୍ଣ ପ୍ରସ୍ତୁତ।

Leave A Reply

Your email address will not be published.