ଚତୁର୍ଥ ଦିବସରେ “ମହିଳା ବିଜ୍‌ନେସ୍ ମେଳା ୨୦୨୨”: ଯୋଗଦେଲେ ବଲିଉଡ଼୍ ଅଭିନେତା ଅର୍ଜୁନ ରାମପାଲ ଓ ନିର୍ଦ୍ଦେଶକ ଇମତିଆଜ୍ ଅଲ୍ଲି

0

ଓଡିଆ ନ୍ୟୁଜ୍(ବ୍ୟୁରୋ): ଇଣ୍ଡିଆନ ଚାମ୍ବର ଅଫ୍ କମର୍ସର ଏଣ୍ଟରପ୍ରିନ୍ୟୁରସିପ୍ ଦ୍ୱାରା ଜନତା ମଇଦାନରେଚାଲିଥିବା ଭାରତର ପ୍ରଥମ ମହିଳା ବିଜନେସ୍ ମେଳାର ଆଜି ଥିଲା ଚତୁର୍ଥ ଦିବସ । ମେଳାର ଦିନଯେତେ ସରି ସରି ଆସୁଛି ଭିଡ଼ ସେତେ ଅଧିକ ପରିଲକ୍ଷିତ ହେଉଥିବା ଦେଖିବାକୁ ମିଳୁଛି । ଖରା କମିବା ମାତ୍ରେ ଲୋକଙ୍କ ସୁଅ ଛୁଟୁଛି । ଦର୍ଶକଙ୍କ ମାନଙ୍କ ମଧ୍ୟରୁ କିଏ ମହିଳା ଉଦ୍ୟୋଗୀଙ୍କ ଷ୍ଟଲ ବୁଲି ଦେଖିଥିଲେ ତ କିଏ ପାରମ୍ପରିକ ଓଡ଼ିଆ ଖାଦ୍ୟ ଖାଇବାର ମଜ୍ଜା ନେଇଥିଲେ । କେବଳ ସେତିକି ନୁହେଁ ଛୋଟ ଛୋଟ ପିଲାମାନେ ଗେମିଂ ଜୋନ୍‌ରେ ଖେଳକୁଦ କରୁଥିବାର ଦେଖିବାକୁ ମିଳିଥିଲା । ସବୁଠୁ ବଡ଼ କଥା ହଲା ମେଳା ପରିସରରେ ରହିଥିବା ସେଲ୍ଫି ଜୋନ୍ ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ଲୋକ ସେଠାରେ ରହିଥିବା ସେଲ୍ଫି ନେବା ପାଇଁ ଭିଡ଼ ଜମାଉଛନ୍ତି ।

arjun

ଚତୁର୍ଥ ଦିବସର ମୁଖ୍ୟ ଆକର୍ଷଣ ରହିଥିଲେ ବଲିଉଡ଼୍ ଅଭିନେତା ଅର୍ଜୁନ ରାମପାଲ ଏବଂ ନିର୍ଦ୍ଦେଶକ ଇମତିଆଜ୍ ଅଲ୍ଲି । ତାଙ୍କର ଟିକେ ଝଲକ ପାଇବା ପାଇଁ ମେଳା ପରିସର ଲୋକାରଣ୍ୟ ହୋଇ ପଡ଼ିଥିଲା । ସେହିପରି ଶନିବାର ୫ଟି ଅଧିବେଶନ ଉପରେ ଆଲୋଚନା କରାଯାଇଥିଲା । ମୁଖ୍ୟବକ୍ତା ଭାବେ ଇଣ୍ଡୋନେସିଆର ରାଷ୍ଟ୍ରଦୂତ ଏଚ୍‌.ଇ.ଇନା.ଏଚ୍ କ୍ରିଷ୍ଣମୃର୍ତ୍ତି, ମିନୁ ପଟ୍ଟନାୟକ, ରାଜୀବ ସାହୁ, ମହିଳା ଉଦ୍ୟୋଗୀ ପରିଷଦର ଆବାହକ ସୁକିର୍ତ୍ତୀ ପଟ୍ଟନାୟକ, ସୋନୀ ସାମଲ, ଭୁବନେଶ୍ୱର ମେୟର ସୁଲୋଚନା ଦାସ, ମହିଳା ଉଦ୍ୟୋଗୀ ପରିଷଦର ସହ-ଆବାହକ ରାମପାଲ, ମହିଳା ଉଦ୍ୟୋଗୀ ପରିଷଦର ସହ-ଆବାହକ ତନୟା ପଟ୍ଟନାୟକ ଓ ସୋଫିଆ ଫିରଡ଼ୋସ୍ ଭାଗ ନେଇ ବିଭିନ୍ନ ଅଧିବେଶନରେ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ ।

ଏହି ଅବସରରେ ବିଶିଷ୍ଠ ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିପରି ଶୁକ୍ରବାର ସନ୍ଧ୍ୟାରେ ଭିଡ଼ ବେଶ୍ ଅଧିକ ଦେଖିବାକୁ ମିଳିଥିଲା । ଦର୍ଶକ ମହିଳା ଉଦ୍ୟୋଗୀଙ୍କ ଷ୍ଟଲ ବୁଲି ଦେଖିବା ସହ ପାରମ୍ପରିକ ଖାଦ୍ୟର ମଜା ନେଇଥିଲେ । ଏହା ଆସନ୍ତା ୮ ତାରିଖ ଯାଏଁ ଚାଲିଥିବା ବେଳେ ଦିନ ୧ଟାରୁ ରାତି ୧୦ଟା ଯାଏଁ ଦର୍ଶକ ନିଶୁଳ୍କ ଭାବେ ବୁଲି ଦେଖି ପାରିବେ ବୋଲି ସୂଚନା ଦିଆଯାଇଛି ।

Leave A Reply

Your email address will not be published.